ଭଞ୍ଜ ବିହାରରେ ଆୟୋଜିତ ହେବ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ଅଧିବେଶନ

By ETV Bharat Odisha Team

Published : Sep 27, 2023, 12:27 PM IST

thumbnail

ବ୍ରହ୍ମପୁର:ଆସନ୍ତାବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ରାଷ୍ଟ୍ରୀୟ ଅଧିବେଶନ । ଯାହାକୁ ନେଇ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ସଭାପତି ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳି ଦାଶ । ୱର୍ଦ୍ଧାଠାରେ ହୋଇଥିବା ଭାରତୀୟ ରାଜନୀତି ପରିଷଦର ୬୦ତମ ବାର୍ଷିକ ଅଧିବେଶନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳି ଦାଶ ନିର୍ଦ୍ଵନ୍ଦୀୟ ନିର୍ବାଚିତ ହୋଇଥିଲେ । ଏହି ପରିଷଦ ଭାରତରେ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନ ଗବେଷଣାରତ ସମସ୍ତ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକ ମାନଙ୍କର ସର୍ବୋଚ୍ଚ ଅନୁଷ୍ଠାନ  । ଏହା ୧୯୩୮ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ପରିଷଦ ଦୀର୍ଘ ୮୫ ବର୍ଷ ଧରି ଏହି ଐତିହାସିକ ଯାତ୍ରା ସଫଳତାର ସହିତ ପୂରଣ କରିସାରିଛି । କୁହାଯାଉଛି ଏଭଳି ପଦ ମଣ୍ଡନ କରିବାରେ ପ୍ରଫେସର ଗୀତାଞ୍ଜଳି ଦାଶ ଓଡ଼ିଶାର ପ୍ରଥମ ମହିଳା । ଏହା ପୂର୍ବରୁ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ , ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପ୍ରଫେସର ଯୁଗଳ କିଶୋର ମିଶ୍ର ଓଡ଼ିଶାରୁ ମନୋନୀତ ହୋଇଥିଲେ । ଗତ ବର୍ଷ ଉପସଭାପତି ଏବଂ ପରେ ସଭାପତି ପଦବୀ ପାଇଁ ନିର୍ବାଚିତ ହୋଇଥିବା ବେଳେ ଏହି ପୂରାତନ ପରିଷଦକୁ ନେଇ ଆଗାମୀ ଦିନରେ ଦେଶର ସମସ୍ତ କୋଣ ଅନୁକୋଣରୁ ଅଧ୍ୟାପକ ଏବଂ ସମସ୍ତ ସଦସ୍ୟମାନଙ୍କୁ ନିମନ୍ତ୍ରିତ କରାଯାଇ ଭଂଞ୍ଜ ବିହାରରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଗଣମାଧ୍ୟମ ସହିତ ଆଲୋଚନା ସୂଚନା ଦେଇଛନ୍ତି କୂଳପତି ।  

ଏହା ମଧ୍ୟ ପଢନ୍ତୁ- ପ୍ରଦୂଷଣମୁକ୍ତ ରହିବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, କ୍ୟାମ୍ପସକୁ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ମନା

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.