Diwali 2023: ଦିଲ୍ଲୀ, କୋଲକାତା ବଜାରରେ ଅସମ୍ଭାଳ ଭିଡ଼; ଦିୱାଲି ସପିଂରେ ବ୍ୟସ୍ତ ଲୋକେ - ଦୀପାବଳି ୨୦୨୩
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/12-11-2023/640-480-20001107-thumbnail-16x9-pppp.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 12, 2023, 6:43 AM IST
ନୂଆଦିଲ୍ଲୀ/କୋଲକାତା: ଆଜି(ରବିବାର) ଆଲୋକର ପର୍ବ ଦୀପାବଳି । ଏଥିଲାଗି ଚାରିଆଡ଼େ ଉତ୍ସାହର ମାହୋଲ । ଦୀପାବଳିରେ ଦୀପଠୁ ଆରମ୍ଭ କରି ରଙ୍ଗବେରଙ୍ଗରେ ଆଲୋକମାଳା କିଣିବା ଲାଗି ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼ । ଦିଲ୍ଲୀର ଜଣାଶୁଣା ସରୋଜିନୀ ମାର୍କେଟରେ ଗ୍ରାହକଙ୍କ ଭିଡ ଜମିଛି । ସେପଟେ ଶନିବାର ୱିକେଣ୍ଡ୍ ହୋଇଥିବାରୁ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବାଣ ଦୋକାନଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାଜସଜ୍ଜା ସାମଗ୍ରୀ ମିଳୁଥିବା ଦୋକାନରେ ଭିଡ଼ ପରିଲକ୍ଷିତ ହୋଇଛି । ଗ୍ରାହକମାନେ ଦୀପାବଳିରେ ଘରକୁ ସୁସଜ୍ଜିତ କରିବା ଲାଗି ବିଭିନ୍ନ ପ୍ରକାର ନୂଆ କିସମର ସାଜସଜ୍ଜା ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳିଛି । ତେବେ ଦେଶର ଅନ୍ୟ ପ୍ରମୁଖ ସହର କୋଲକାତାରେ ମଧ୍ୟ ଦୀପାବଳି ବଜାରରେ ଲାଭ ଉଠାଉଛନ୍ତି ବ୍ୟବସାୟୀ । ଏଠାରେ ମଧ୍ୟ ବିଭିନ୍ନ ମାର୍କେଟରେ ଗ୍ରାହକ ଭିଡ଼ ଜମାଇଛନ୍ତି । ରଙ୍ଗବେରଙ୍ଗର ଆଲୋକମାଳାରେ ମାର୍କେଟ ମଧ୍ୟ ରଙ୍ଗୀନ ହୋଇଉଠିଛି ।
ଏହା ବି ଦେଖନ୍ତୁ- Ayodhya Deepotsav: ଭାଙ୍ଗିଲା ପୂର୍ବ ରେକର୍ଡ, 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ଅଯୋଧ୍ୟା