Rathakhala Halchal: ସରିଲା ତିନି ରଥର ସିଂହାସନ ଖୋଦେଇ କାର୍ଯ୍ୟ, ନାଟଗୋଡ଼ କାର୍ଯ୍ୟ ଆରମ୍ଭ

By

Published : May 29, 2023, 3:50 PM IST

thumbnail

ପୁରୀ: ମହାରଣା ଏବଂ ଭୋଇ ସେବକଙ୍କ ସହାୟତାରେ ତିନିରଥର ଚକ ଦିଗ ନିର୍ଣ୍ଣୟ ପୂର୍ବକ ଚକ-ଅଖ ଥାକ କରାଯାଇ ପାଞ୍ଚ ଦଣ୍ଡା ମୁଖ୍ୟ ମହାରଣାଙ୍କ ଦ୍ଵାରା ଅନୁକୂଳ ପୂଜା ପରେ ପାଞ୍ଚ ଦଣ୍ଡା ତିନି ରଥକୁ ଉଠି ସେଟିଂ କରାଯାଇ ପାଞ୍ଚ ଦଣ୍ଡାରେ ଆଗ ଆଣି ପଛଆଣି ମୁହଁଟ ଲାଗିଛି । ଆଜି ପୂର୍ବାହ୍ନରେ ତିନିରଥର ମୁଖ୍ୟ ମହାରଣା, ସହଯୋଗୀ ମହାରଣାଙ୍କ ସମେତ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ଦଣ୍ଡା ଖୋଲାଯାଇ ଦଣ୍ଡା ଗୁଡିକର ଗୋଲେଇ କରାଯାଇଥିଲା । ପୁନଃ ତିନିରଥର କାପ ହୋଇଥିବା ଦଣ୍ଡାକୁ ଅଖ ସହ ସେଟିଂ ପରେ ଅଖ-ଅଖକୁ କୁଡୁକା ଦ୍ବାରା ସଂଯୋଗ କରାଯାଇ କତା ଦଉଡିରେ ବନ୍ଧା ଯାଇଥିଲା ।  

ଏହାପରେ ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟରେ ପାଞ୍ଚୋଟି ସାଲ ଗୁଜ ଏବଂ ପଛ ମୁହାଁଟରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ଉଠିଥିଲା । ତିନିରଥର ଦଣ୍ଡା ଫ୍ରେମ ମଜବୁତ ପାଇଁ "କଣ୍ଟା ବାଡ଼ିଆ" କାର୍ଯ୍ୟ ତିନିରଥର ମୁଖ୍ୟ ଓଝା ସେବକମାନଙ୍କ ଦ୍ବାରା ଅନୁକୂଳ ପୂଜା ପରେ ତିନିରଥର ମୁଖ୍ୟ ମହାରଣାଙ୍କ ସମେତ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ଏବଂ ତିନିରଥର ମୁଖ୍ୟ ଓଝା ସେବକ ଯଥା ତାଳଧ୍ବଜ ରଥର ଶ୍ରୀଜଗନ୍ନାଥ ମହାରଣା, ଦର୍ପଦଳନ ରଥର କେଦାର ମହାରଣା ଏବଂ ନନ୍ଦିଘୋଷ ରଥର ଦାଶରଥି ମହାରଣାଙ୍କ ନେତୃତ୍ବରେ ଓଝା ସେବକ ମିଶି ଦଣ୍ଡାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। 

ଏହା ବି ପଢନ୍ତୁ- ଶିକ୍ଷକ ହେବ ତ ଏମିତି, ଛାତ୍ରୀଙ୍କୁ କର୍କଟରୁ ସୁସ୍ଥ କରାଇ ଦେଲେ ନୂଆ ଜୀବନ

ଏତତବ୍ୟତୀତ ଆଜି ତିନି ରଥ ଚାଳିରେ ପୋଲ ଗୟଳ ଚଉପଟ କାର୍ଯ୍ୟ ତିନିରଥର ମହାରଣାଙ୍କ ଦ୍ଵାରା ଆଗେଇ ଚାଲିଛି । ତାଳଧ୍ବଜ ରଥର ଆଜି ସୁଦ୍ଧା ୪ଗୋଟି ବଡ଼ ପୋଲ ଗୟଳ ଚଉପଟ କାର୍ଯ୍ୟ ଶେଷ ହୋବା ସହ ଏକଟି ପାର୍ଶ୍ବ ଗୟଳର ଚଉପଟ ଶେଷ ହୋଇ ଦୁଇଟି ପାର୍ଶ୍ବ ଗୟଳର ହଣା କାର୍ଯ୍ୟ ଜାରି ରହିଛି । ଏଥିସହ ଅଣସର ଗୟଳ ୩ ଟିର ନିର୍ମାଣ ଶେଷ ହୋଇଛି। ଦର୍ପଦଳନ ରଥର ଦୁଇଟି ବଡ଼ ପୋଲ ଗୟଳ ଚଉପଟ ଶେଷ ହେବାସହ ଗୋଟିଏ ପାର୍ଶ୍ବ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ରଥର ୬ ଗୋଟି ବଡ଼ ପୋଲ ଗୟଳ ନିର୍ମାଣ ଶେଷ ହୋଇଛନ୍ଦା ଗୟଳ ୩ଟିର ନିର୍ମାଣ ଶେଷ ହୋଇଛି ।  

ରୂପକାର ସେବକମାନେ ତିନି ରଥର 'ସିଂହାସନ ରାୟ' ଏଇ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ପାହି ମହାରଣାମାନେ ଦୋଳବେଦୀଠାରେ ବସନ୍ତ ମହାରଣାଙ୍କ ନେତୃତ୍ବରେ ସ୍ନାନ ଯାତ୍ରା ଏବଂ ରଥଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ କାଠ ନିର୍ମିତ ସାଜ ଯଥା କୁରୁମ ପିଢ଼ା, ବେଶ ଘୋଡ଼ିଆ, ଚାଙ୍ଗଡ଼ା ଇତ୍ୟାଦି ନିର୍ମାଣ ଜାରି ରାଖିଛନ୍ତି । ଏହି କାର୍ଯ୍ୟରେ ତୁମ୍ବ ବିନ୍ଧ କାରିଗର ପାହି ନାହାରଣାମାନଙ୍କ ସହ ମିଶି କାଠ ସାଜ ନିର୍ମାଣରେ ସହାୟତା କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.