ETV Bharat / state

କଫି ବଗିଚାରେ ଫଳିଛି ଅଳେଇଚ, ନୂତନ ସମ୍ଭାବନାକୁ ନେଇ ଚାଷୀ ଖୁସ - CARDAMOM CULTIVATION

କୋରାପୁଟ ବ୍ରାଉନ ଭ୍ୟାଲି କଫି ବଗିଚାରେ ଅଳେଇଚ ଚାଷ କରି ଲାଭବାନ ଚାଷୀ । ବର୍ଷକୁ 2 କ୍ବିଣ୍ଟାଲ ଉତ୍ପାଦନ ହେଉଥିବା ବେଳେ କେଜି ପ୍ରତି 2500 ଟଙ୍କାରେ ବିକ୍ରି ହେଉଛି ।

CARDAMOM CULTIVATION
CARDAMOM CULTIVATION (ETV BHARAT ODISHA)
author img

By ETV Bharat Odisha Team

Published : Jan 13, 2025, 3:20 PM IST

କୋରାପୁଟ: କୋରାପୁଟ କଫି ବଗିଚାରେ ଅଳେଇଚ ଚାଷ । କଫି ବଗିଚାରେ ସବୁଜ ଚାଦରରେ ବିଛେଇ ହୋଇ ପଡିଛି ଅଳେଇଚ । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମରେ ଥିବା ବ୍ରାଉନ ଭ୍ୟାଲିରେ ଏହି ଚାଷ କରି ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି କଫି ଉଦ୍ୟୋଗୀ ସୁଜୟ ପ୍ରଧାନ । କେବଳ କଫି କି ଅଳେଇ ନୁହଁ ବରଂ ଗୋଲମରିଚ, ବାତାପି, ସପୁରୀ, କମଳା ଏବଂ ହଳଦୀ ଚାଷ ମଧ୍ୟ ହୋଇଛି ବ୍ରାଉନ ଭ୍ୟାଲିରେ । ଗୋଟିଏ ବଗିଚା ମଧ୍ୟରେ ଭଳିକି ଭଳି ଚାଷ ଦେଖି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଖୁସ୍‌ ।

ବ୍ରାଉନ ଭ୍ୟାଲିରେ ଅଳେଇଚ ଚାଷ:

କୋରାପୁଟ ଠାରୁ 20 କିଲୋମିଟର ଦୂରରେ ଛୋଟାଗୁଡା ଗାଁର ବ୍ରାଉନ ଭ୍ୟାଲି କଫି ବଗିଚାର ଶାନ୍ତ ଶୀତଳ ଛାଇ ପରିବେଶରେ ଅଳେଇଚ ଚାଷ କରାଯାଇଛି । କୋରାପୁଟର ଏଗ୍ରୋ କ୍ଲାଇମେଟିକ ସ୍ଥିତି ଅଳେଇଚ ଚାଷ ପାଇଁ ବେଶ ଉପଯୋଗୀ ହୋଇଛି । ଏଠାରେ ପ୍ରାୟ 600ଟି ଅଳେଇଚ ଗଛ ଲଗାଯାଇଥିବା ବେଳେ ବର୍ଷକୁ ପାଖାପାଖି 2 କ୍ବିଣ୍ଟାଲ ଅଳେଇଚ ଉତ୍ପାଦନ ହୋଇପାରୁଛି । ପ୍ରତି ଗଛ ପିଛା 300 ଗ୍ରାମରୁ 1 କିଲୋ ପର୍ଯ୍ୟନ୍ତ ଅଳେଇଚ ଫଳିବାର ସମ୍ଭାବନା ରହିଛି । ଏହି ଚାଷରେ ଚାରା ରୋପଣର ତିନି ରୁ ଚାରି ବର୍ଷ ମଧ୍ୟରେ ଚାଷୀ ଉତ୍ପାଦନ ପାଇପାରିବ ।

CARDAMOM CULTIVATION
CARDAMOM CULTIVATION (ETV BHARAT ODISHA)

ଅଳେଇଚ କେଜି 2500:

ବ୍ରାଉନ ଭ୍ୟାଲିରେ ଉତ୍ପାଦନ ହେଉଥିବା ଅଳେଇଚକୁ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ହିଁ କ୍ରୟ କରିଥାନ୍ତି । କେଜି ପ୍ରତି 2500 ଟଙ୍କାରେ ବିକ୍ରି ହେଉଛି । ଫଳରେ ବର୍ଷକୁ ପ୍ରାୟ 2ରୁ3 ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ, ପଟ୍ଟାଙ୍ଗିର ଗବେଷଣା କେନ୍ଦ୍ର ବ୍ରାଉନ ଭ୍ୟାଲି କଫି ବଗିଚାରୁ ବର୍ଷାଦିନ ପୂର୍ବରୁ ଚାଷୀ ଚାରା ନେଇପାରିବେ ବୋଲି ସୁଜୟ ପ୍ରଧାନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କୋରାପୁଟ କଫି ଟୁରିଜିମ: ବଗିଚା ବୁଲି ମଜା ନେଉଛନ୍ତି ପର୍ଯ୍ୟଟକ, ଆକର୍ଷିତ କରୁଛି ସୁଗନ୍ଧ ଓ ସ୍ବାଦ - COFFEE TOURISM

ଏହା ମଧ୍ୟ ପଢନ୍ତୁ-କୋରାପୁଟ ଯାଉଥିଲେ ନିଶ୍ଚୟ ବୁଲନ୍ତୁ ଏହି 6 ପର୍ଯ୍ୟଟନସ୍ଥଳୀ - TOURIST PLACE IN KORAPUT

ଅଳେଇଚ କିଣି ନେଉଛନ୍ତି ପର୍ଯ୍ୟଟକ:

କଫି ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି, ''କେରଳର ଇଣ୍ଡିଆନ କାଡାମମ ରିସର୍ଚ୍ଚ ଅନଷ୍ଟିଚ୍ୟୁଟ ସେଇଠୁ ଆମେ ଚାରା ଆଣିଥିଲୁ । ଯେଉଁଟାକି ନିଜାନି ଗ୍ରିନ ଗୋଲ୍ଡ ବୋଲି ଲଗାଇଥିଲୁ । 10ଟି ଗଛରୁ ଆଜି ମୁଁ 600 ଗଛ ଲଗାଇ ପାରିଛି । ଅଳେଇଚର ସମ୍ଭାବନା ଯଥେଷ୍ଟ ଅଛି । ଯଦିଓ କେବଳ ଅରଗାନିକ ଭାବେ ମୁଁ ଅଳେଇଚକୁ ରଖାଇଛି, ତଥାବି ବର୍ଷକୁ ମୁଁ 2 କ୍ବିଣ୍ଟାଲ ଅଳେଇଚ ପାଇପାରୁଛି । ତାକୁ ପ୍ରୋସେସିଂ କରୁଛି, ଯେଉଁ ଗୁରିଷ୍ଟ ମାନେ ଏଠାକୁ ଆସୁଛନ୍ତି ସେମାନଙ୍କୁ ବିକ୍ରି ହେଉଛି । ''

ପର୍ଯ୍ୟଟକ ରାମକୃଷ୍ଣ ସୁରଦେଓ କହିଛନ୍ତି, ''ବ୍ରାଉନ ଭ୍ୟାଲି କଫି ବଗିଚା ମୋତେ ବହୁତ ଭଲ ଲାଗିଲା । ଏଇଟା କେବଳ କଫି ବଗିଚା ନୁହଁ ବରଂ ବହୁ ପ୍ରକାର ଚାଷ ହେଉଛି । ଡାଲଚିନି, ଅଲେଇଚ, ଗୋଲ ମରିଚ ଏହା ଭିତରେ ଚାଷ ହେଉଛି । ଏଇଟା ହେଉଛି ହଟ ସ୍ପଷ୍ଟ ଅଫ ବାୟୋଡାଇଭରସିଟି । ''

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.