ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କଲା ନାକ୍‌ ଟିମ

By ETV Bharat Odisha Team

Published : Nov 17, 2023, 10:40 PM IST

thumbnail

ଫୁଲବାଣୀ: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ(NAAC)ର ଗସ୍ତ । ପିୟର ଟିମର ଏକ ୩ ଜଣିଆ ପ୍ରତନିଧି ଦଳ ୨ ଦିନିଆ ପରିଦର୍ଶନରେ କରିଛନ୍ତି । ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ଓ ଶୈକ୍ଷିକ ଗୁଣବତ୍ତାକୁ ମୂଲ୍ୟାୟନ କରାଯାଇଛି ।  

ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ(NAAC)ର ଗସ୍ତ । ପ୍ରଫେସର ଭେଙ୍କଟଚଳାପଥିଙ୍କ ଅଧ୍ୟକ୍ଷତାରେ ଆସିଥିବା ପ୍ରତିନିଧି ଦଳରେ ପ୍ରଫେସର ବି.ଏଚ୍. ସୁରେଶ ସଦସ୍ୟ ସଂଯୋଜକ ଏବଂ ଡକ୍ଟର ଏସ.ସାୱନ୍ତ ସଦସ୍ୟ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ନାକ୍ ଟିମର ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ଏନସିସି ଛାତ୍ରଛାତ୍ରୀ ଫୁଲତୋଡ଼ା ସହ ଏନସିସି ସାଲୁଟ ଦେଇ ନାକ୍‌ ଟିମ୍‌ର ସ୍ବଗତ କରିଥିଲେ । 

ପ୍ରଥମେ ଦିନରେ ନାକ୍‌ ଟିମ୍ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ସମ୍ବନ୍ଧରେ ଆଲୋଚନା କରିଥିଲେ । ବିଭିନ୍ନ ବିଭାଗ ଗୁଡ଼ିକର ବାର୍ଷିକ ନଥିପତ୍ର ତର୍ଜମା ଓ ବିଭାର ଭିତ୍ତିଭୂମି ବୁଲି ଦେଖିଥିଲେ ନାକ୍‌ ଟିମ୍ । ଏହା ସହିତ ବିଭିନ୍ନ ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଛାତ୍ରାବାସ, ବ୍ୟାୟାମ ଶାଳା, ବିଜ୍ଞାନ ପରୀକ୍ଷାଗାର, ଗ୍ରନ୍ଥାଗାର, ଭାଷା ପ୍ରୟୋଗଶାଳା ଏବଂ ସାଇବର ଗ୍ରନ୍ଥାଗାର ପରିଦର୍ଶନ କରିଥିଲେ । ଏହାସହ ମହାବିଦ୍ୟାଳୟ ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ନାକ୍‌ ଟିମ୍ ଆବଶକ୍ୟ ଉପଦେଶ ମଧ୍ୟ ଦେଇଥିଲେ । ଯାହାକି ମହାବିଦ୍ୟାଳୟ ଉନ୍ନତିରେ ସହାୟକ ହୋଇପାରିବ । 

ଏହା ମଧ୍ୟ ପଢ଼ନ୍ତୁ.....ମହିଳାଙ୍କୁ ସୁରକ୍ଷା ଦେବ ଆଲକହଲ ଡିଟେକ୍ଟର

ଏହି ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ, ଗଣମାଧ୍ୟମ ସଦସ୍ୟ ଏବଂ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ 1960 ମସିହାରେ ପ୍ରତିଷ୍ଠା ହୋଇଥିଲା । ଫୁଲବାଣୀ ଓ ବୌଦ୍ଧ ଜିଲ୍ଲା ପାଇଁ ମଧ୍ୟ ବିଜ୍ଞାନ ପାଇଁ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ । 1991ରେ ଏହି ମହାବିଦ୍ୟାଳୟକୁ ଲିଡ କଲେଜର ମାନ୍ୟତା ମିଳିଥିଲା । ପରେ 2004 ମସିହାରେ ୟୁଜିସି ଏହାକୁ ସ୍ଵୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ଦେଇଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.