ETV Bharat / state

ମଣ୍ଡି ବୁଲିବ ବିଧାନସଭା ଷ୍ଟାଣ୍ଡିଂ କମିଟି, କଟନୀ ଛଟନୀ ଉପରେ ରହିବ ନଜର - ASSEMBLY STANDING COMMITTEE

ଧାନ ମଣ୍ଡି ବୁଲିବେ ବିଧାନସଭାର ଷ୍ଟାଣ୍ଡିଂ କମିଟି ୬ର ସଦସ୍ୟ । ମଣ୍ଡିରେ ହେଉଥିବା କଟନୀ ଛଟନୀ ଉପରେ ନଜର ରଖିବେ ।

Odisha Assembly Standing Committee 6
Odisha Assembly Standing Committee 6 (ETV Bharat Odisha)
author img

By ETV Bharat Odisha Team

Published : 24 hours ago

ଭୁବନେଶ୍ବର: ଧାନ ମଣ୍ଡି ବୁଲିବେ ବିଧାନସଭାର ଷ୍ଟାଣ୍ଡିଂ କମିଟି ସଦସ୍ୟ । ମଣ୍ଡିରେ ହେଉଥିବା କଟନୀ ଛଟନୀ ଉପରେ କଡ଼ା ନଜର ରଖିବେ । ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ମଣ୍ଡି ବୁଲିବେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟାଣ୍ଡିଂ କମିଟି-୬ର ବୈଠକରେ ଏହି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଏହାସହ ମଣ୍ଡିରେ ଅବ୍ୟବସ୍ଥା ହେଇଥିବା ଅଭିଯୋଗ ଆଣି ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛି କଂଗ୍ରେସ । ସେପଟେ ଯେଉଁମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେମାନେ ଏଥିରୁ ବିରତ ରୁହନ୍ତୁ ବୋଲି କହି ବିରୋଧୀଙ୍କୁ କାଉଣ୍ଟର କରିଛି ଶାସକ ଦଳ ।

  • ମଣ୍ଡି ବୁଲିବ ଷ୍ଟାଣ୍ଡିଂ କମିଟି:

ମଣ୍ଡିରେ ଧାନ ଉଠି ପାରୁନି । କଟନୀ ଛଟନୀ ବନ୍ଦ ହେଉନାହିଁ । ଧାନ ମଣ୍ଡିରେ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସରକାରୀ ଅଧିକାରୀମାନେ ଚୁପ ହୋଇ ବସିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଯାହାକୁ ନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ୬ ପକ୍ଷରୁ କରାଯାଇଥିବ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି । ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧାନମଣ୍ଡି ସମସ୍ୟା ନେଇ ଯୋଗାଣ ବିଭାଗ ଅଧିକାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ମଣ୍ଡିରେ ଧାନ ଉଠିପାରୁନଥିବାରୁ ଚାଷୀମାନେ ଅଭାବି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଖୁବଶୀଘ୍ର ଷ୍ଟାଣ୍ଡିଂ କମିଟି ଧାନମଣ୍ଡି ବୁଲିବା ସହ ଚାଷୀଙ୍କ ସମସ୍ୟା ପ୍ରଚାରି ବୁଝିବ ବୋଲି କମିଟି ଅଧ୍ୟକ୍ଷ କହିଛନ୍ତି ।

Odisha Assembly Standing Committee 6 (ETV Bharat Odisha)

'ସରକାରଙ୍କ ନିୟମ ମାନୁନାହାନ୍ତି ମିଲର':

ଏନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ୬ ଅଧ୍ୟକ୍ଷ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, "ସରକାର କହୁଥିଲେ କଟନୀ ଛଟନୀ ହେବନାହଁ । ହେଲେ ଏହାକୁ ନା ମିଲର ନା ବିଭାଗ, କେହି ମାନୁନାହାନ୍ତି । ସରକାର କହିବା ପରେ ମଧ୍ୟ ମଣ୍ଡିରେ କଟନୀ ଛଟନୀ ହେଉଛି । ଯାହାକୁ ନେଇ ଷ୍ଟାଣ୍ଡି କମିଟ ୧୫ରୁ ୨୦ ତାରିଖର ମଧ୍ୟରେ ମଣ୍ଡି ବୁଲିବ । ମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଦେଖିବା ସହ ଚାଷୀଙ୍କ ଧାନ କିଭଳି ମଣ୍ଡିରୁ ଉଠିବ ତାକୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଦାରଖ କରିବେ ।"

କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ:

ସେପଟେ ବିରୋଧୀଙ୍କୁ କାଉଣ୍ଟର କରି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, "୬ ମାସର ବିଜେପି ସରକାର ଧାନମଣ୍ଡି ସମସ୍ୟା ଦୂର କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି । ଅଦିନିଆ ବର୍ଷା ଚାଷୀକୁଳର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବମନ୍ତ୍ରୀ ଗ୍ରାଉଣ୍ଡ ଜିରୋକୁ ଯାଇ ଚାଷୀମାନଙ୍କୁ ଭେଟି ସେମାନଙ୍କ ଦୁଃଖ ଦୁର୍ଦଶା ବୁଝିଥିଲେ । ଚାଷୀଙ୍କ ଉଜୁଡିଯାଇଥିବା ଚାଷକୁ ଦେଖି ଆସିଲେ । ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବମନ୍ତ୍ରୀ ଘୋଷଣା କରି ସାରିବା ପରେ ମୋତେ ଲାଗୁଛି ବିରୋଧୀମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଚାଷୀ ତା କ୍ଷତିପୂରଣ ପାଇବ । ଯେଉଁମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ଏଥିରୁ ବିରତ ରୁହନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...ମୈଦାନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD

ଏହା ମଧ୍ୟ ପଢ଼ନ୍ତୁ...ମଣ୍ଡି ବୁଲିଲେ ନେତା, ଧାନ କିଣାକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ

ଜାନୁଆରୀ ୨୦ ତାରିଖ ଭିତରେ ବିଧାନସଭାର ଯୋଗାଣ ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ମଣ୍ଡି ବୁଲିବେ । ମଣ୍ଡିର ବାସ୍ତବ ସ୍ଥିତି ପରଖିବ ଏହି ଟିମ । ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ଦୂର କରିବା ସହ ଚାଷୀଙ୍କ ଗୁରୁତ୍ୱକୁ ଅଗ୍ରାଧିକାର ଦେଇ ଧାନ କିଣାକୁ ସହଜ କରିବ ଏହି ଟିମ । ଆଜି ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ଚାଷୀଙ୍କ ପାଇଁ ବିଧାନସଭାର ଷ୍ଟାଣ୍ଡିଂ କମିଟି ୬ ବସିଥିଲା । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଉକ୍ତ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର କଡ଼ାମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.