Mysore Dasara: ପ୍ୟାଲେସରେ ଅୟୁଦ୍ଧା ପୂଜା କଲେ କିଙ୍ଗ୍ ୟାଦୁବୀର
Published : Oct 23, 2023, 7:03 PM IST
ବେଙ୍ଗାଲୁରୁ: ପ୍ରତିବର୍ଷ ପରି କର୍ଣ୍ଣାଟକରେ ମହୀଶୂର ପ୍ୟାଲେସରେ ଦଶହରା ପୂଜା ଆରମ୍ଭ ହୋଇଛି । ଆଜି (ସୋମବାର) ମହୀଶୂର ରାଜ ପରିବାରର କିଙ୍ଗ୍ ୟାଦୁବୀର ୱଦେୟାର ଅୟୁଦ୍ଧା ପୂଜା କରିଛନ୍ତି । ପରମ୍ପରା ମୁତାବକ ରାଜା ୟାଦୁବୀର ସ୍ବତନ୍ତ୍ର ରଥରେ ଆସିଥିବା ବେଳେ ପଛରେ ସେନାଭାବେ ରହିଥିଲେ ହାତୀ, ଘୋଡ଼ା ଓ ଗାଈ । ଏହି ଶୋଭାଯାତ୍ରା ସହ ଆସି ମହୀଶୂର ପ୍ୟାଲେସର କଲ୍ୟାଣ ମଣ୍ଡପମରେ ପହଞ୍ଚିଥିଲେ ରାଜା । ଅୟୁଦ୍ଧା ପୂଜା ବେଳେ ରାଜା ନିଜ ଅସ୍ତ୍ରଶସ୍ତ୍ରର ପୂଜା ଆରମ୍ଭ କରିଥିଲେ । ଏହି ପୂଜା ପୂର୍ବରୁ ସକାଳେ ପ୍ରଥମେ ଅସ୍ତ୍ରଶସ୍ତ୍ରକୁ କୋଡି ସୋମେଶ୍ବର ମନ୍ଦିର ନିକଟକୁ ନିଆଯାଇ ସଫା କରାଯାଇଥିଲା । ରାଜା ୟାଦୁବୀର ଶୁଭ ମୁହୂର୍ତ୍ତ ଅନୁସାରେ ମଧ୍ୟାହ୍ନ ପ୍ରାୟ ୧୨.୨୦ରୁ ୧୨.୪୫ ପର୍ଯ୍ୟନ୍ତ ପୂଜା କରିଥିଲେ । ଏହାପରେ ସାଥୀରେ ଥିବା ଘୋଡ଼ା, ଗାଈ ଓ ହାତୀମାନଙ୍କୁ ପୂଜା କରିଥିଲେ । ସନ୍ଧ୍ୟା ସମୟରେ 'ଦରବାର' ପରେ ରାଜା ଅମଳା ଦେବୀଙ୍କୁ ଦର୍ଶନ କରିବେ । ଏହାରି ସହିତ ନବରାତ୍ରିର ନବମୀ ପୂଜା ଶେଷ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ