ଭଦ୍ରକରେ ପାଳିତ ହେଲା ତ୍ୟାଗ ବଳିଦାନର ପର୍ବ ମହରମ, ବାହାରିଲା ତାଜିଆ ଶୋଭାଯାତ୍ରା

By

Published : Jul 30, 2023, 7:42 AM IST

thumbnail

ଭଦ୍ରକ: ଗତକାଲି ଭଦ୍ରକ ଜିଲ୍ଲାରେ ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ ପାଳିତ ହୋଇଯାଇଛି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ପାଳନ କରିଛନ୍ତି ଏହି ପର୍ବ । ଏହାକୁ ମୁସଲମାନ ସମ୍ପ୍ରଦାୟମାନଙ୍କର ନୂତନ ବର୍ଷ ଭାବେ ମଧ୍ୟ ବିବେଚନା କରାଯାଏ । ତେଣୁ ଏହାକୁ ମୁସଲିମ ଧର୍ମବଲମ୍ବୀମାନେ ବେଶ ଆନନ୍ଦ ଏବଂ ଉତ୍ସାହ ସହିତ ପାଳନ କରିଥାନ୍ତି । ଇସଲାମ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ମହରମ ଚନ୍ଦ୍ର ଦର୍ଶନ ପର ଠାରୁ ୧୦ଦିନ ଧରି ବିଭିନ୍ନ ସାହି ବସ୍ତିମାନଙ୍କରେ ଇମାମ ହୁସେନଙ୍କ ବଳିଦାନ ଦିନର ବିବରଣୀ ପାଠ ଏବଂ ଆଲୋଚନା ଚକ୍ର ଆୟୋଜନ ହୋଇଥାଏ ।  

    ଏହା ମଧ୍ୟ ପଢନ୍ତୁ- ମହରମ ପାଇଁ ଚଳଚଞ୍ଚଳ ଭଦ୍ରକ, ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପ୍ରକାଶ ଥାଉକି, ଏଥିପାଇଁ ଭଦ୍ରକ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୂର୍ଣ ପ୍ରସ୍ତୁତି କରାଯାଇଛି । ଭଦ୍ରକରେ ସମୁଦାୟ ୪୨ଟି କାଫିଲା ବାହାରିଥିଲା । 7ଟି କାଫିଲା ସହର ପରିକ୍ରମା କରିବା ସହ ମଦିନା ମୈଦାନରେ ପହଞ୍ଚିଥିଲା । ସେହିପରି ଧାମନଗର ବ୍ଲକ ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଶୃଙ୍ଖଳିତ ଯାତ୍ରା ପାଇଁ ଜିଲ୍ଲାରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପିଙ୍କ ସହ ୧୫ ଜଣ ଇନ୍ସପେକ୍ଟର ୧୧୦ ଜଣ ସବ ଇନ୍ସପେକ୍ଟର ୧୮୦ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ସେହିପରି ଏନେଇ ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଓ ପୋଲିସ ଭେଇକିଲ ମାର୍ଚ୍ଚ କରାଯାଇଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.