thumbnail

By ETV Bharat Odisha Team

Published : Oct 5, 2023, 7:44 PM IST

ETV Bharat / Videos

ରୋଗୀଙ୍କୁ ସୁସ୍ଥ କରିବ ସଙ୍ଗୀତ ! ଏସସିବି ଆଇସିୟୁରେ ଲାଗିବ ମ୍ୟୁଜିକ ବ୍ୟବସ୍ଥା

କଟକ: ଆଇସିୟୁରେ ମ୍ୟୁଜିକ୍‌ । କଟକ ଏସସିବି ବଡ଼ ମେଡିକାଲର ସମସ୍ତ ଆସିଇୟୁରେ ଉପଲବ୍ଧ ହେବ ମ୍ୟୁଜିକ ସିଷ୍ଟମ । ଧିରେ ଧିରେ ଇନଷ୍ଟୁମେଣ୍ଟାଲ ମ୍ୟୁଜିଜ ଆଇସିୟୁରେ ବାଜିବ । ଯାହାଦ୍ୱାରା ରୋଗୀ ମଧ୍ୟ ସୁସ୍ଥ ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ଅନୁମାନ କରାଯାଇଛି । ତେବେ ଗତକାଲି ବସିଥିବା ଏସସିବି ସ୍ଵାସ୍ଥ୍ୟ ବିକାଶ ସମିତିରେ ଏହା ନିଷ୍ପତ୍ତି ନିଆଯାଇଛି । ଖୁବ ଶୀଘ୍ର ଏସିବି ବଡ଼ ମେଡିକାଲରେ ଇନଷ୍ଟୁମେଣ୍ଟାଲ ମ୍ୟୁଜିଜର ଆନନ୍ଦ ଉଠାଇ ପାରିବେ ରୋଗୀ । 

ପ୍ରତିଦିନ କଟକ ବଡ଼ ମେଡିକାଲ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ଦିଗରେ ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଗମୀ ଦିନରେ ଲାଗିବାକୁ ଥିବା ମ୍ୟୁଜିକ ସିଷ୍ଟମ ନିଶ୍ଚୟ ସ୍ବାସ୍ଥ୍ୟ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି । 

ଏହା ମଧ୍ୟ ପଢନ୍ତୁ...ଦିନରେ ଅନ୍ଧାର ହୋଇଗଲା ଏସିବି, ରୋଗୀ ହନ୍ତସନ୍ତ

ବର୍ତ୍ତମାନ ସବୁ ବିଭାଗରେ ମୋଟ 210ରୁ ଊର୍ଦ୍ଧ୍ବ ଆଇସିୟୁ ବଡ଼ ମେଡିକାଲରେ ରହିଛି । ପ୍ରତିଦିନ ଆଇସିୟୁ ଏକ ପ୍ରକାର ପ୍ୟାକ ରହୁଛି ଆଉ ରୋଗୀ ସେବା ମଧ୍ୟ ସଠିକ ଡ଼ଙ୍ଗରେ ଜାରି ରହୁଛି । ତେବେ ରୋଗୀ ମାନଙ୍କ ଚିକିତ୍ସା ଦିଗରେ ଯଦି ସଙ୍ଗୀତକୁ ଯୋଡା ଯିବ ତେବେ ରୋଗୀଟିଏ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ପାରିବ ବୋଲି ଅନୁମାନ କରାଯାଇଛି । ତେବେ ଏହା ବ୍ୟତୀତ ପୂର୍ବରୁ ଏସିବିକୁ ସଫା ରଖିବା ପାଇଁ ଗୁଟକା ଓ ପାନ ମସାଲା ଇତ୍ୟାଦି ବ୍ୟାନ କରାଯାଇ ଫାଇନ ବ୍ୟବସ୍ଥା କରାଯାଇଥିଲା । ତେବେ ବର୍ତ୍ତମାନ ଆସିସୟୁରେ ମ୍ୟୁଜିକ ବ୍ୟବସ୍ଥା ସ୍ୱାଗତଯୋଗ୍ୟ ବୋଲି ମତପ୍ରକାଶ କରିଛନ୍ତି କଟକବାସୀ ।



ଇଟିଭି ଭାରତ,କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.