thumbnail

By

Published : May 16, 2023, 1:39 PM IST

ETV Bharat / Videos

ସ୍ବାଧୀନତା ସଂଗ୍ରାମୀଙ୍କୁ ଶହୀଦ ମାନ୍ୟତା ଦାବି, ଦିଲ୍ଲୀ ଅଭିମୁଖେ ମୁକ୍ତିକାନ୍ତଙ୍କ ପଦଯାତ୍ରା

ରାଉରକେଲା: ବୀରପୁତ୍ରଙ୍କୁ ସମ୍ମାନ ଦେବା ଦାବି ନେଇ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କଲେ ମୁକ୍ତିକାନ୍ତ ବିଶ୍ୱାଳ। । ଆଜିଠାରୁ ରାଉରକେଲାରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି ସେ । ୧୫୦ କିଲୋର ଏକ ରଥକୁ ଧରି ପଦଯାତ୍ରା ଆରମ୍ଭ କରିଛନ୍ତି । ରଥ ଉପରେ ସ୍ଥାନ ପାଇଛନ୍ତି ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ବାଜି ରାଉତ, ଜୟୀ ରାଜଗୁରୁ, ଖୁଦୀରାମ ବୋଷ, ରାଣୀ ଲକ୍ଷ୍ମୀବାଇ, ଚନ୍ଦ୍ରଶେଖର ଆଜାଦ, ଭଗତ ସିଂ ଓ ଶିବରାମ ରାଜଗୁରୁ ତିଲକ ମାଝୀଙ୍କ ପରି ସ୍ବାଧୀନତା ସଂଗ୍ରାମୀ । ଏଥିସହ ଜିଲ୍ଲାର ସିମକୋ ସ୍ମୃତି ପୀଠକୁ ଏହି ରଥରେ ସ୍ଥାନ ଦିଆଯାଇଛି । ରଥଟିକୁ ଟାଣି ଟାଣି ରାଉରକେଲାରୁ ଦିଲ୍ଲୀକୁ ପଦଯାତ୍ରାରେ ବାହାରିଛନ୍ତି ମୁକ୍ତିକାନ୍ତ ବିଶ୍ବାଳ । ଏହି ବୀରପୁତ୍ରମାନଙ୍କୁ ଶହୀଦର ମାନ୍ୟତା, ଆମକୋ-ସିମକୋ ସ୍ମୃତିପୀଠକୁ ଶହୀଦ ସ୍ମୃତିପୀଠର ମାନ୍ୟତା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ବିଭିନ୍ନ ସମୟରେ ଦାବି ଉଠୁଛି । ତେଣୁ ଏହି ସବୁ ଦାବିକୁ ନେଇ ରାଉରକେଲାରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ । ମୁକ୍ତିକାନ୍ତ ବିଶ୍ୱାଳ କହିଛନ୍ତି,"ଭାରତ ସ୍ୱାଧୀନତା ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବିରପୁତ୍ର ମାନଙ୍କୁ କେନ୍ଦ୍ର ସରକାର ବା ରାଜ୍ୟ ସରକାର ଶହିଦଦ ଭାବରେ ମାନ୍ୟତା ପ୍ରଦାନ କରିନାହାନ୍ତି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ବୀରପୁତ୍ରଙ୍କୁ ସରକାର ଭୁଲି ଯାଇଛନ୍ତି । ତେଣୁ କରି ଏହି ପଦଯାତ୍ରା ମୁଁ ଆରମ୍ଭ କରିଛି ।" 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.