RajyaSabha: ଓଡିଶାକୁ ଦିଅ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା: ସସ୍ମିତ ପାତ୍ର - ସ୍ପେଶାଲ ଫୋକସ ଷ୍ଟେଟ
🎬 Watch Now: Feature Video
ନୂଆଦିଲ୍ଲୀ: ଓଡିଶା ଗତ 100 ବର୍ଷ ଭିତରେ 89 ଟି ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟାର ସମ୍ମୁଖୀନ ହୋଇଛି । ହୁଡହୁଡ, ଫନି, ଅମ୍ଫାନ, ସହ 1999 ମହାବାତ୍ୟା ଓଡିଶା ସାମନା କରିଆସୁଛି । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡିଶାର ବ୍ୟାପକ କ୍ଷତି ହେଉଛି । ଆମର ଭିତ୍ତିଭୂମି ନିଷ୍ଟ ହେଉଛି । ଯାହାର ଭରଣା କରିବା ପାଇଁ ବହୁତ ସମୟ ଲାଗି ଯାଉଛି । ଏହା ଓଡିଶାର ଜୀବନଧାରଣ ପ୍ରଗତି ଉପରେ ପ୍ରଭାବ ପକାଉଛି । ଏଥିପାଇଁ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଓଡିଶା ଓ ଓଡିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ଅନ୍ୟ ରାଜ୍ୟକୁ ମଧ୍ୟ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣାପାତ କରିନାହାଁନ୍ତି । ଓଡିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି କରି ରାଜ୍ୟସଭାରେ ଆଜି ଏହା କହିଛନ୍ତା ସାଂସଦ ସସ୍ମିତ ପାତ୍ର ।
ସସ୍ମିତ କହିଛନ୍ତି, "ସଂଘୀୟ ବ୍ୟବସ୍ଥାରେ ଯେ କୌଣସି ଯୋଜନା କିମ୍ବା ଅନୁଦାନ ପାଇଁ 60:40, କିମ୍ବା 50:50 ଅନୁପାତ ରହିଥାଏ । ଆମର ମୁଖ୍ୟମନ୍ତ୍ରୀଙ୍କ ଦାବି ହେଉଛି, ଯେତେବେଳେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ସେତେବେଳେ ଏହି ଆର୍ଥିକ ଅନୁପାତକୁ 3 ବର୍ଷ ଯାଏଁ 90:10 କରାଯାଉ । ଯାହା ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ପାଇଥିବା ରାଜ୍ୟକୁ ମିଳିଥାଏ ।"
କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସ୍ପେଶାଲ କ୍ୟାଟାଗୋରୀ ଷ୍ଟେଟ କାହାକୁ ଦିଆଯିବ ନାହିଁ । କିନ୍ତୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ତ ଦିଆଯାଇ ପାରିବ ? ଏହା ହେଲେ କୌଣସି ବି ରାଜ୍ୟ ନିଜକୁ ପୁଣି ଥରେ ଉତ୍ଥାନ କରିବା ପାଇଁ ସମୟ ସୁଯୋଗ ଓ ସମ୍ବଳ ମିଳିବ । 3 ବର୍ଷର ଅବଧି ଶେଷ ହେଲେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିନେଇ ପାରିବେ ବୋଲି ସସ୍ମିତ କହିଛନ୍ତି ।
ଏହାବି ପଢନ୍ତୁ- Rajya Sabha: ‘ପ୍ରହଲ୍ଲାଦ ନାଟକ ଓ ଘୁମୁରା ନାଚ ପାଇଁ ହେଉ ସ୍ଥାୟୀ ମଞ୍ଚ’