ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ସହ ସାକ୍ଷାତକାର: କହିଲେ ‘ମୁଁ ଜାତୀୟତାବାଦୀ ପରିବାରରୁ ଆସିଛି’ - ଇଟିଭି ଭାରତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/11-12-2023/640-480-20244091-thumbnail-16x9-cmmmm.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 11, 2023, 11:05 PM IST
ଭୋପାଳ: ମଧ୍ଯ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନରେ ମନୋନିତ ହୋଇଛନ୍ତି ମୋହନ ଯାଦବ । ତାଙ୍କ ସହ ଆଜି ଆଲୋଚନା କରିଛି ଇଟିଭି ଭାରତ । ତେବେ ସଂଘ ପୃଷ୍ଠଭୂମିରୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ 5 ବର୍ଷ ପାଇଁ ତାଙ୍କର ଲକ୍ଷ୍ୟ କଣ ରହିବ ପ୍ରଶ୍ନରେ ମୋହନ କହିଛନ୍ତି, ସେ ଜାତୀୟତାବାଦୀ ପରିବାରକୁ ଆସିଛନ୍ତି । ମଧ୍ୟ ପ୍ରଦେଶକୁ ଉନ୍ନତିର ଶିଖରରେ ପହଞ୍ଚାଇବା ପାଇଁ ସେ ସବୁ କିଛି କରିବା ପାଇଁ ପ୍ରସ୍ତୁତ । ଦଳତାଙ୍କ ଉପରେ ଆଶାବ୍ୟକ୍ତ କରିଥିବାରୁ ସେ ଦଳକୁ କୃତଜ୍ଞତା ମଧ୍ୟ ଦେଇଛନ୍ତି । ଆଜି ଅପରାହ୍ନରେ ସେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଦାୟୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଆଜି ଇସ୍ତଫା ଦେଇସାରିଛନ୍ତି । ଆସନ୍ତାକାଲି ମଧ୍ୟ ପ୍ରଦେଶର ଶପଥଗ୍ରହଣ ସୂଚୀ ସମ୍ପର୍କରେ ସ୍ପଷ୍ଟ ହେବ । ଶୁଣନ୍ତୁ ରାଜ୍ୟ ପାଇଁ କ’ଣ ଭିଜନ ରଖିଛନ୍ତି ନୂଆ ମୁଖ୍ଯମନ୍ତ୍ରୀ...
ଏହା ମଧ୍ୟ ପଢନ୍ତୁ: ଶିକ୍ଷାବିତରୁ ରାଜନେତା: ଉଜ୍ଜୈନରୁ ହ୍ୟାଟ୍ରିକ୍ ବିଜୟୀ ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ