ଦୂର ହେବ ମତ୍ସ୍ୟଜୀବୀଙ୍କ ସମସ୍ୟା, ଚିଲିକା ନାଳ ଖନନ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା - ଖୋର୍ଦ୍ଧା ନ୍ୟୁଜ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 28, 2023, 11:09 AM IST

ଖୋର୍ଦ୍ଧା: ଖୋର୍ଦ୍ଧାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଚିଲିକା ଉପକୂଳବର୍ତ୍ତୀ ବାଲିପାଟପୁର ପଞ୍ଚାୟତରେ ଚିଲିକା ନାଳ ଖନନ କାର୍ଯ୍ୟ ତଦାରଖ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ରକ୍ଷଣାବେକ୍ଷଣ ଅଭାବରୁ ବାଲିପାଟପୁର ଠାରୁ ଚିଲିକା ଭିତରକୁ ଯାଇଥିବା ନାଳଟି ବିଭିନ୍ନ ଦଳ ଓ ପଟୁମାଟି ଦ୍ବାରା ପୋତି ହୋଇଯାଇଥିଲା । ଚିଲିକା ମାଛ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀ ଏହି ନାଳ ଦେଇ ଚିଲିକା ଭିତରକୁ ଯିବା ସମ୍ଭବ ହେଉ ନ ଥିଲା । ଏଥିପାଇଁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ବାଲିପାଟପୁର ଅଞ୍ଚଳ ମତ୍ସ୍ୟଜୀବୀ ସାଂସଦ ଅପରାଜିତାଙ୍କ ସହାୟତା ଲୋଡ଼ିଥିଲେ । 

ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲାପାଳ ଥିବାବେଳେ ଏହି ଅଞ୍ଚଳର ବିଶେଷ କରି ମତ୍ସ୍ୟଜୀବୀ ସମ୍ପ୍ରଦାୟର ଅଭାବ ଅସୁବିଧା ସମ୍ପର୍କରେ ତାଙ୍କ ପ୍ରତ୍ୟକ୍ଷ ଅନୁଭୂତି ରହିଥିଲା । ସେ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଦୃଷ୍ଟି ଆକର୍ଷଣ କରି ବାଲିପାଟପୁରର ଏହି ନାଳ ଖନନ ନିମନ୍ତେ 23କୋଟି 50ଲକ୍ଷ 50ହଜାର ଟଙ୍କା ମଞ୍ଜୁର କରିଥିଲେ । ତେବେ ଏହି ନାଳ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ତଦାରଖ କରିବା ନିମନ୍ତେ ଅପରାଜିତା ଷଡ଼ଙ୍ଗୀ ବାଲିପାଟପୁର ଠାରେ ପହଞ୍ଚିଥିଲେ ।  

ଏହା ମଧ୍ୟ ପଢନ୍ତୁ- ସାଂସଦ ଅପରାଜିତାଙ୍କୁ ପୁଣି ବାଲିପାଟଣାରେ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.