thumbnail

ରାସ୍ତାରେ ହୁତୁହୁତୁ ଜଳିଗଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-ହେଲ୍ପର

By ETV Bharat Odisha Team

Published : Nov 10, 2023, 5:17 PM IST

ରାଇରଙ୍ଗପୁର: ଘାଟି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର । ଉପସ୍ଥିତ ବୁଦ୍ଧି ଯୋଗୁଁ ମୁତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର । ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ସ୍ଥିତ ଦୁଆରଶୁଣୀ ଘାଟିରେ । ସୂଚନା ଅନୁଯାୟୀ, ଆଜି ଏକ ଲୁହା ସାମଗ୍ରୀ ବୋଝେଇ NL01AE2784 ନଂ ବିଶିଷ୍ଟ କଣ୍ଟେନର କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାଉଥିଲା । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଦେଇ ଦୁଆରଶୁଣୀ ଘାଟିର ଉଠାଣିଆ ରାସ୍ତାରେ ଯାଉଥିଲା । ଏହି ସମୟରେ ଚଳନ୍ତା କଣ୍ଟେନରରେ ନିଆଁ ଲାଗି ଯାଇଥିଲା ଓ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା  ।

ଏହାମଧ୍ୟ ପଢନ୍ତୁ: କଙ୍କଡା ଧରୁଥିବା ବେଳେ କାମୁଡ଼ିଲା ଅଜଗର, ଆଉ ତାପରେ...

ନିଆଁ ଲାଗିବା ଦେଖି ସଙ୍ଗେ ସଙ୍ଗେ ଡ୍ରାଇଭର ଓ ହେଲପର ଗାଡ଼ିକୁ ଅଟକାଇ ଓହ୍ଲାଇ ପଡିଥିଲେ । ଯେଉଁ କାରଣରୁ ଦୁହିଁଙ୍କ ଜୀବନ ବଞ୍ଚିଯାଇଛି । କଣ୍ଟେନର ଚାଳକ ବୀରପାଲ ଗୋସ୍ବାମୀ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ନିକଟସ୍ଥ ବାଙ୍ଗିରିପୋଷି ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ସର୍ଟସର୍କିଟ କାରଣରୁ କଣ୍ଟେନରରେ ନିଆଁ ଲାଗିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ସେପଟେ ଏହି ଘଟଣା ପାଇଁ ସେହି ରାସ୍ତାର ଦୁଇ ପାର୍ଶ୍ବରେ ଦୀର୍ଘ ସମୟ ଧରି ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା  ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.