173 Types of Dishes: ଜ୍ବାଇଁକୁ ପରଷିଲେ ୧୭୩ପ୍ରକାର ବ୍ୟଞ୍ଜନ, ଭାଇରାଲ ଭିଡିଓ

By

Published : Jan 15, 2023, 6:33 PM IST

Updated : Feb 3, 2023, 8:39 PM IST

thumbnail

ଅମରାବତୀ: ଜ୍ବାଇଁକୁ ନିଜ ପୁଅଠୁ କମ ଭାବନ୍ତିନି ଶାଶୁ ଶ୍ବଶୁର । ପର ଘରକୁ ଝିଅ ଦେଇ ପ୍ରତି ବଦଳରେ ପୁଅଟିଏ ପାଇଥାନ୍ତି କନ୍ୟାର ପିତାମାତା । ଯେତେବେଳେ ଜ୍ବାଇଁ ନିଜ ଶାଶୁଘରକୁ ଯାଇଥାଏ ସେତେବେଳେ ତାଙ୍କୁ ଖୁବ ଚର୍ଚ୍ଚା ହୋଇଥାଏ । ନାନାଦି ପ୍ରକାର ବ୍ୟଞ୍ଜନ ସହ ସୁସ୍ବାଦୁ ଭୋଜନ ଜ୍ବାଇଁକୁ ପରଷାଯାଏ । ଠିକ ସେହିପରି ଏଠାରେ ନିଜ ଜ୍ବାଇଁକୁ ଅତିଥି ଚର୍ଚ୍ଚା କରିଛନ୍ତି ଶାଶୁ ଶ୍ବଶୁର । ପ୍ରାୟ ୧୭୩ ପ୍ରକାର ଭିନ୍ନ ଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ନିଜ ଜ୍ବାଇଁକୁ ପରଷିଛନ୍ତି । ଆନ୍ଧ୍ରପ୍ରଦେଶର ଜଣେ ବ୍ୟବସାୟୀ ଟାଟାବର୍ତ୍ତି ବଦ୍ରି ଓ ପତ୍ନୀ ସନ୍ଧ୍ୟା ଝିଅ ସନ୍ଧ୍ୟାର ନିକଟରେ ବିବାହ କରାଇଥିଲେ । ଜ୍ବାଇଁ ପୃଥ୍ବୀ ଗୁପ୍ତା ଯେତେବେଳେ ପ୍ରଥମ ଥର ଲାଗି ଘରକୁ ଆସିଲେ ଏହି ସୁସ୍ୱାଦୁ ବ୍ୟଞ୍ଜନକୁ ସେ ପୃଥ୍ୱୀଙ୍କୁ ପରଷି ଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.