thumbnail

By

Published : Aug 3, 2023, 9:46 PM IST

ETV Bharat / Videos

'ମୁଣ୍ଡଳୀରେ ପ୍ରବାହିତ ହେଉଛି 9.20 ଲକ୍ଷ କ୍ୟୁସେକ ପିକ୍ ବନ୍ୟା ଜଳ'

ଭୁବନେଶ୍ବର: ବର୍ତ୍ତମାନ ମହାନଦୀ ମୁଣ୍ଡଳୀଠାରେ ପିକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀରେ 9.20 ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ନ 4ଟାରୁ ପିକ ଜଳ ପ୍ରବାହିତ ହେଉଛି । ଆସନ୍ତା 8 ଘଣ୍ଟା ପର୍ଯ୍ୟନ୍ତ ବନ୍ୟାଜଳ ପ୍ରବାହ ଏମିତି ସ୍ଥିର ରହିବ । ଆସନ୍ତାକାଲି ସକାଳ ବେଳକୁ ଏହା କମିବା ଆରମ୍ଭ କରିବ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, " ଆଜି ରାତି ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । କାରଣ ରାତି ତମାମ ପିକ ଜଳ ପ୍ରବାହିତ ହେବ । ମୁଣ୍ଡଳୀରେ କମିଲେ ତଳମୁଣ୍ଡରେ ପାଣି ବଢିବ । ମହାନଦୀର ତଳମୁଣ୍ଡରେ ଥିବା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧାରେ ଜଳସ୍ତର ବଢ଼ିବ । ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ହେଲେ ସନ୍ଧ୍ୟା ସୁଦ୍ଧା ଏହା କମିବାକୁ ଆରମ୍ଭ କରିବ । ସେହିପରି ବ୍ରାହ୍ମଣୀର ଜଳସ୍ତର ମଧ୍ୟ କମୁଛି । ବର୍ଷା ନଥିବାରୁ ପରିସ୍ଥିତିର ସୁଧାର ଆସିବ ।"

ଏହା ବି ପଢନ୍ତୁ-  ଏବେ ଆଉ ଖୋଲିବ ନାହିଁ ହୀରାକୁଦ ଗେଟ: ସର୍ବୋଚ୍ଚ ଯନ୍ତ୍ରୀ

ସେ ଆହୁରି କହିଛନ୍ତି, " ଯାଜପୁରର ବିଞ୍ଝାରପୁରର କଟ୍‌ ହୋଇଥିଲା । ଏହି କଟକୁ ବନ୍ଦ କରାଯାଇଛି । ବିଭାଗୀୟ ଯନ୍ତ୍ରୀ ସେଠାରେ ଉପସ୍ଥିତ ଅଛନ୍ତି । ୱାର ଫୁଟିଂରେ କାମ ଚାଲିଛି । ଖଇରିମଳ ଓ ବରମୁଳଠାରେ ଜଳସ୍ତର ବହୁତ ତୀବ୍ର ଭାବେ କମୁଛି । ଆଉ 18ରୁ 24 ଘଣ୍ଟାରେ ବନ୍ୟାଜଳ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ପାସ କରିବ । ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ । ଧୀରେ ଧୀରେ ଜଳସ୍ତର ସ୍ବାଭାବିକ ଅବସ୍ଥାକୁ ଆସିବ ।"  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.