thumbnail

By

Published : Aug 10, 2023, 8:59 PM IST

ETV Bharat / Videos

MLA Sura @80: 'ସେ ସୁର, ପାଇକ ଜାତିର ବୀର..କଣ ବୁଝିଲ ଟି'

ଭୁବନେଶ୍ବର: ଗୀତ ଛନ୍ଦ ସହିତ ବ୍ୟଙ୍ଗାତ୍ମକ ଗୀତ ଗାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଧାୟକ ସୁର ରାଉତରାୟଙ୍କ ବାଲ୍ୟବନ୍ଧୁ । ଆଜି ବିଧାୟକ ୮୦ ବର୍ଷର ପାଦ ଥାପିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଅବସରରେ ସୁରଙ୍କ ଜନ୍ମଦିନ ପାଳନ କରିବା ପାଇଁ ପହଞ୍ଚିଥିଲେ ସୁରଙ୍କ ଜଣେ ବାଲ୍ୟ ବନ୍ଧୁ । ଉଭୟଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ସେ ଗୀତ ଛନ୍ଦ ମାଧ୍ୟମରେ ପରିପ୍ରକାଶ କରିଥିଲେ । ଯାହାକି ଶୁଣିବାକୁ ଯେମିତି ରୋଚକ ଥିଲା, ସେତିକି ଗୁରୁତ୍ବ ବହନ ମଧ୍ୟ କରୁଥିଲା । ସେପଟେ ସୁରଙ୍କ ଜନ୍ମଦିନ ଲାଗି ଏକ ବିରାଟ ଆୟୋଜନ କରାଯାଇଥିବା ବେଳେ ପହଞ୍ଚିଥିଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଓ ବିରୋଧୀ ଦଳର ଅନେକ ନେତା ।  

ଏହା ବି ପଢନ୍ତୁ-  80 ବର୍ଷରେ ପଦାର୍ପଣ କଲେ ସୁର ରାଉତରାୟ, ନିର୍ବାଚନ ଲଢିବେ ନାହିଁ ବୋଲି ଜନ୍ମଦିନରେ କଲେ ଖୁଲାସା

ଓଡ଼ିଶାରେ ଯେତେବେଳେ କଂଗ୍ରେସ ନିମ୍ନଗାମୀ ହେଉଛି ସେତେବେଳେ ସୁର କଂଗ୍ରେସକୁ ନେଇ ଢେର ସାରା ସ୍ବପ୍ନ ଦେଖନ୍ତି । ସୁରଙ୍କ ସାମ୍ବାଦିକ ସମ୍ମିଳନୀ ଏବଂ ଗଣମାଧ୍ୟମକୁ ସାମ୍ନା କରିବାର ଶୈଳୀ ଖୁଵ ଅଲଗା । ସୁର ସବୁ ଦିଗରେ ଅଳ୍ପ ଜ୍ଞାନ ଆହରଣ କରନ୍ତି । ପ୍ରତିଦିନ ଗଣମାଧ୍ୟମକୁ କିଛି ନା କିଛି କହିବା ତାଙ୍କର ଯେମିତି ଏକ ସଉକ । ସେ ପଲ୍ଲୀଠାରୁ ଦିଲ୍ଲୀ ଏବଂ ଦିଲ୍ଲୀଠାରୁ ବିଦେଶ ପର୍ଯ୍ୟନ୍ତ ସବୁ ବିଷୟର ଦୁଇ ପଦ କଥା ରଖିବା କଳା ତାଙ୍କୁ ବେଶ ଜଣା । ତାଙ୍କ ମଜାଳିଆ ଅନ୍ଦାଜକୁ ବିରୋଧୀ ଦଳର ନେତାମାନେ ମଧ୍ୟ ବେଶ ପସନ୍ଦ କରନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.