ବିଧାୟକଙ୍କ ବନ୍ୟାଞ୍ଚଳ ଗସ୍ତ, ବିପନ୍ନଙ୍କୁ ଖାଦ୍ୟ ପରଷିଲେ ରମେଶ ସାଏ - ବିପନ୍ନଙ୍କୁ ଖାଦ୍ୟ ପରଷିଲେ ବିଧାୟକ ରମେଶ ସାଏ

🎬 Watch Now: Feature Video

thumbnail

By

Published : Aug 4, 2023, 9:38 PM IST

ଅନୁଗୋଳ: ବନ୍ୟାଞ୍ଚଳରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିଲେ ବିଧାୟକ । ସରକାରୀ ସହାୟତା ଦିଆଯାଇଛି କି ନାହିଁ ସେନେଇ ଲୋକଙ୍କୁ ପଚାରି ବୁଝିବା ସହ କିଭଳି ସମସ୍ତ ସୁବିଧା ପହଞ୍ଚା ଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ଆଠମଲ୍ଲିକ ବିଧାୟକ । ଅନୁଗୋଳର ସାତକୋଶିଆ ଗଣ୍ଡରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ବୁଧବାର ହଠାତ ଗଣ୍ଡରେ ପାଣି ବଢି ଯାଇଥିଲା । ଫଳରେ ନଦୀ କୂଳରେ ଥିବା ମତ୍ସ୍ୟଜୀବୀ ବସ୍ତିକୁ ପାଣି ମାଡ଼ି ଆସିଥିଲା । ଘରେ ପ୍ରାୟ ୧୫୦ ପରିବାରର ସଦସ୍ୟମାନେ ଶୋଇଥିଲେ । ସେହି ସମୟରେ ବନ୍ୟା ପାଣି ମାଡ଼ି ଆସିବାରୁ ପୂର୍ବରୁ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ସେମାନଙ୍କୁ ଡ଼ଙ୍ଗା ସାହାଯ୍ୟରେ ସ୍ଥାନାନ୍ତର କରିଥିଲେ । 

ଏହା ମଧ୍ୟ ପଢନ୍ତୁ...ହେକ୍ଟର ହେକ୍ଟର ଜମିରେ ବନ୍ୟାଜଳ, ବ୍ୟାପକ ଫସଲ ନଷ୍ଟ

ତେବେ ଟିକରପଡା ହାଇସ୍କୁଲରେ ୨୭୫ ଜଣଙ୍କୁ ରଖିଛି ପ୍ରଶାସନ । ଖବର ପାଇ ଲୋକଙ୍କ ପାଖରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପହଞ୍ଚି ବିପନ୍ନମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ସେମାନଙ୍କୁ ନିଜେ ଚୁଡ଼ା ଚିନି ବାଣ୍ଟିବା ସହ ନିଜ ହାତରେ ରନ୍ଧା ଖାଦ୍ୟ ଦେଇଥିଲେ ।  ସେପଟେ ବନ୍ୟା ପାଣି ବର୍ତ୍ତମାନ କମିଥିବାବେଳେ ହୀରାକୁଦ ଗେଟ ଖୋଲିବା ଆରମ୍ଭ କଲାଣି । ଫଳରେ ମହାନଦୀରେ ପୁଣି ବନ୍ୟା ପରିସ୍ଥିତି ଦେଖା ଦେବା ଆଶଙ୍କା ରହିଛି । ଏନେଇ ବିଧାୟକ ରମେଶ ସାଏ କହିଛନ୍ତି, ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକେ କିଭଳି ସୁରକ୍ଷିତ ରହିବେ ସେ ଦିଗରେ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.