thumbnail

୪ ମାଙ୍କଡ଼କୁ ଗଛରେ ବାନ୍ଧିଲେ ଅଜଣା ବ୍ୟକ୍ତି, କାରଣ ଅସ୍ପଷ୍ଟ

By

Published : Sep 29, 2022, 10:00 PM IST

Updated : Feb 3, 2023, 8:28 PM IST

ବେଙ୍ଗାଲୁରୁ: ତେନ୍ତୁଳୀ ଗଛ ଡ଼ାଳରେ ବନ୍ଧା ପଡିଲେ ମାଙ୍କଡ଼ । ଖାଲି ତାଙ୍କୁ ଗଛରେ ବନ୍ଦୀ ଭାବେ ରଖାଯାଇନି । ପ୍ରାୟ ୪ଟି ମାଙ୍କଡ଼କୁ ମାଡ଼ ମଧ୍ୟ ମାରିଛି କେହି ଦୁର୍ବୃତ୍ତ । ସେଥିରୁ ୨ଟି ମାଙ୍କଡ଼ଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ଦୋଷ କଣ ? କାହିଁକି ଏହି ପଶୁଙ୍କୁ ଏପରି ଗଛରେ ବନ୍ଧାଯାଇଥିଲା ? କିଏ ଏପରି କରିଛି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ମିଳିପାରିନାହିଁ । ଏହି ଘଟଣା କର୍ଣ୍ଣାଟକ ବିଦାର ଜିଲ୍ଲା ମୁରଲା ଗ୍ରାମରେ ଦେଖିବାକୁ ମିଳିଛି । ସ୍ଥାନୀୟ କିଛି ପଶୁପ୍ରେମୀ ଏହି ମାଙ୍କଡ଼କୁ ଉଦ୍ଧାର କରିବା ସହ ମୃତ୍ୟୁ ଘଟିଥିବା ୨ଟି ମାଙ୍କଡ଼ର ଅନ୍ତିମ ସଂସ୍କାର କରାଇଛନ୍ତି । ଏହାସହ ଏପରି ଅମାନବିକତା କାର୍ଯ୍ୟ କରିଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି ।
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.