ETV Bharat / state

ମନ୍ତ୍ରଧ୍ବନିରେ ପ୍ରକମ୍ପିତ କାକଟପୁର ମଙ୍ଗଳା ପୀଠ, ମା’ଙ୍କ ଆବିର୍ଭାବକୁ ନେଇ ରହିଛି ଏମିତି କିମ୍ବଦନ୍ତୀ

ପ୍ରାଚୀ ନଦୀ ଗର୍ଭରେ ଥିଲେ ମା’ ମଙ୍ଗଳା । ଆବିର୍ଭାବକୁ ନେଇ ରହିଛି ଏମିତି କିମ୍ବଦନ୍ତୀ । ଷୋଡଶ ଉପଚାର ପୂଜା ପାଇଁ ଚଳଚଞ୍ଚଳ ଶକ୍ତି ପୀଠ ।

author img

By ETV Bharat Odisha Team

Published : 2 hours ago

ମା’ ମଙ୍ଗଳା
ମା’ ମଙ୍ଗଳା (ETV Bharat Odisha)

ନିମାପଡା: ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଗାଁଠୁ ସହର । ସବୁଠି ଉତ୍ସବମୁଖର । ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା । ନବରାତ୍ରୀ ପୂଜା ସବୁଠି ଚାଲିଥିବା ବେଳେ ପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା । ମନ୍ତ୍ରଧ୍ବନିରେ ମୁଖରିତ ଶକ୍ତିପୀଠ । ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଘଣ୍ଟା ଖୋଳତାଳରେ କମ୍ପୁଛି ପରିବେଶ । ଏହି ସମୟରେ ବିଭିନ୍ନ ବେଶରେ ପୂଜା ପାଉଛନ୍ତି ମା’ ମଙ୍ଗଳା । ଷୋଡଶ ଉପଚାର ବିଧି ଚାଲିଥିବା ବେଳେ ମାଆଙ୍କ ପୀଠକୁ ଛୁଟୁଛି ଭକ୍ତଙ୍କ ସୁଅ ।

ଷୋଡଶ ଉପଚାର ପୂଜା ସ୍ବତନ୍ତ୍ର:

କାକଟପୁର ମଙ୍ଗଳା ପୀଠ (ETV Bharat Odisha)

ରାଜ୍ୟର ବିଭିନ୍ନ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ ପୀଠ ହେଉଛି ମା’ ମଙ୍ଗଳା ପୀଠ । ମୂଳାଷ୍ଟମୀ ଦିନ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ପରେ ଶକ୍ତିପୀଠରେ ସ୍ବତନ୍ତ୍ର ପୂଜାବିଧି ଆରମ୍ଭ ହୋଇଛି । ମୂଳାଷ୍ଟମୀ ଠାରୁ ୧୬ଦିନ ବ୍ୟାପି ମା'ଙ୍କର ସ୍ବତନ୍ତ୍ର ପୂଜା ରୀତିନୀତି ଅନୁଷ୍ଠିତ ହୋଇଥାଏ । ମା’ଙ୍କର ଏହି ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଜାରି ରହିଥାଏ । ମା’ ମଙ୍ଗଳାଙ୍କୁ ଅନ୍ୟଦିନ ମାନଙ୍କରେ ପଞ୍ଚ ଉପଚାରରେ ପୂଜାର୍ଚ୍ଚନା ପାଉଥିବା ବେଳେ ପାର୍ବଣ ସମୟରେ ମା’ ମଙ୍ଗଳାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଏହି ପୂଜାରେ ସ୍ବତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ନିୟୋଜିତ ହୋଇଥାନ୍ତି ।

ସ୍ବତନ୍ତ୍ର ଭାବେ ପୂଜା ପାଆନ୍ତି ମା’:

ମା’ ମଙ୍ଗଳା
ମା’ ମଙ୍ଗଳା (ETV Bharat Odisha)

ଏହି ସମୟରେ ମା’ଙ୍କ ପୀଠରେ ଚଣ୍ଡୀପାଠ, ସିଙ୍ଘପୂଜା,ମନ୍ତ୍ରଜପ, କଳସ ପୂଜା, ଦ୍ବାରପାଳ ପୂଜା ଭଳି ସ୍ବତନ୍ତ୍ର ପୂଜା ହୋଇଥାଏ । ମା’ ମଙ୍ଗଳାଙ୍କ ଶାରଦୀୟ ପୂଜା ଆଶ୍ଵିନ ମାସରେ ଆରମ୍ଭ ହୋଇଥାଏ l ଏହି ସମୟରେ ବିଭିନ୍ନ ଅଞ୍ଚଳରେ ମହିଳା ମାନେ ଆଶ୍ଵିନର ମଙ୍ଗଳବାରକୁ ନିଶା ମଙ୍ଗଳବାର ଓଷା ଭାବରେ ପୂଜା କରିଥାନ୍ତି । ବିଶେଷ କରି ମା’ ଏହି ସମୟରେ କଳା କଲି, ନାଲି କଲି ବେଶ, ସିଂହ ବାହିନୀ ବେଶ, ତିରକମାନ ବେଶ,ରାଜ ରାଜେଶ୍ଵରୀ ବେଶ, ଶାନ୍ତି ବେଶରେ ମା’ ଦର୍ଶନ ଦେଇଥାନ୍ତି ।

ମନ୍ଦରଗିରିରେ ମହିଷାସୁରକୁ ଠାବ ପାଇଁ ଯାଆନ୍ତି ଚଳନ୍ତି ପ୍ରତିମା:

ମା’ ମଙ୍ଗଳା
ମା’ ମଙ୍ଗଳା (ETV Bharat Odisha)

ମା’ ମଙ୍ଗଳାଙ୍କ ଶାରଦୀୟ ପୂଜା ସମୟରେ ବିଭିନ୍ନ ଅଞ୍ଚଳରୁ ଅନେକ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ପାର୍ବଣ ସମୟରେ ନବପତ୍ରିକା ଠାରୁ ଦିନର ସମସ୍ତ ନୀତି ସମାପନ ପରେ ରାତ୍ରରେ ମା’ ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ବନଦୂର୍ଗାଙ୍କୁ ମନ୍ଦରଗିରିରେ ବିଜେ ନୀତି ହୋଇଥାଏ । ଏହି ସମୟରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁସଜ୍ଜିତ ମଣି ବିମାନରେ ବସାଜାଇ ବିଭିନ୍ନ ପାରମ୍ପରିକ ଘଣ୍ଟଘଣ୍ଟା, ତୁରୀ ମହୁରୀ ବାଦ୍ୟଯନ୍ତ୍ର ବଜାଯାଇ ମନ୍ଦରଗିରି ଅଭିମୁଖେ ନିଆଯାଇଥାଏ । କୁହାଯାଏ ମନ୍ଦରଗିରି ଠାରେ ମା’ ମହିଷାସୁରକୁ ଠାବ କରିବା ପାଇଁ ଯାଇଥାନ୍ତି । ସେଠାରେ ଏକ ଜଗତି ପୂଜା ହୋଇଥାଏ । ଏହା ପରେ ବିଭିନ୍ନ ଭକ୍ତମାନେ ମା’ଙ୍କୁ ପଂକ୍ତିଭୋଗ ଲଗାଇଥାନ୍ତି ,ପରେ ମା ମନ୍ଦିରକୁ ଫେରିଆସିଥାନ୍ତି ।

କାକଟପୁର ମା’ ମଙ୍ଗଳାକୁ ନେଇ କଣ କୁହେ କିମ୍ବଦନ୍ତୀ:

କାକଟପୁର ମଙ୍ଗଳା ପୀଠ
କାକଟପୁର ମଙ୍ଗଳା ପୀଠ (ETV Bharat Odisha)

ପ୍ରଚଳିତ ଲୋକକଥା ଅନୁସାରେ, ମା’ ମଙ୍ଗଳାଙ୍କ ବିଗ୍ରହ ପ୍ରାଚୀ ନଦୀ ଗର୍ଭରେ ବହୁକାଳ ପର୍ଯ୍ୟନ୍ତ ଲୁଚି ରହିଥିଲା । ଦିନେ ନାଉରିଆ ଯାଉଥିବା ବେଳେ ବନ୍ୟା ଆସିଗଲା, ନାଉରିଆ ଥଳକୂଳ ନପାଇ ଭାସି ଯାଉଥିଲେ । ହଠାତ ମଝି ନଈରେ ନୌକା ସ୍ଥିର ହୋଇଗଲା ନାଉରିଆ ରକ୍ଷା ପାଇଥିଲା । ହେଲେ ସେ କିପରି ରକ୍ଷା ପାଇଲା ଏହାକୁ ନେଇ ଚିନ୍ତା କରୁଥିବା ବେଳେ ମା’ଙ୍କ ସ୍ବପ୍ନାଦେଶ ହୋଇଥିଲା । ଆଉ ନାଉରିଆ ମା’ଙ୍କ ବିଗ୍ରହକୁ ପ୍ରାଚୀ ନଦୀରୁ ଉଦ୍ଧାର କରି ମଙ୍ଗଳପୁର ଗାଁରେ ପୂଜାର ବ୍ୟବସ୍ଥା କରିଥିଲା ।

କେଉଁଠି ଅବସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିର:

ମା’ ମଙ୍ଗଳାଙ୍କ ମନ୍ଦିର ପୁରୀ ଜିଲ୍ଲା କାକଟପୁର ସ୍ଥିତ ପ୍ରାଚୀ ନଦୀ କୂଳରେ ଅବସ୍ଥିତ । ଏହା ଏକ ଶକ୍ତି ପୀଠ । ବର୍ଷ ତମାମ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ ।

କାକଟପୁର ମଙ୍ଗଳା ପୀଠ
କାକଟପୁର ମଙ୍ଗଳା ପୀଠ (ETV Bharat Odisha)

ଭକ୍ତଙ୍କ ସମାଗମ ପାଇଁ ବ୍ୟାପକ ବ୍ୟବସ୍ଥା:

ଏହି ସମୟରେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଆଡୁ ଭକ୍ତ ମାନେ ଆସି ମା’ଙ୍କ କରୁଣା ଲାଭ କରିଥାନ୍ତି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଶକ୍ତିପୀଠ ସମ୍ପର୍କିତ ଖବର ପଢନ୍ତୁ:

ସତୀଙ୍କ ଦାନ୍ତରୁ ଦନ୍ତେଶ୍ବରୀ ପୀଠ, ଦଶହରାରେ ହୁଏ ମା’ଙ୍କ ରଥଯାତ୍ରା

ନବରାତ୍ରୀ ପାଇଁ ଉତ୍ସବ ମୁଖର ବୌଦ୍ଧ, ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ

ଶାରଦୀୟ ନବରାତ୍ରି; କଳସ ସ୍ଥାପନା ସହ ଏମିତି କରନ୍ତୁ ପୂଜା, ମନସ୍କାମନା ପୂରଣ କରିବେ ମା' ଦୁର୍ଗା

ମହାଳୟାରେ କାହିଁକି ମା’ଙ୍କ ଠାରେ ଖଡି ଲାଗି କରାଯାଏ ? କଣ ରହିଛି ପରମ୍ପରା

‘ଜଗନ୍ନାଥ ସଂସ୍କୃତି ସହ ଜଡିତ ମା’ ମଙ୍ଗଳା’

ମା’ ମଙ୍ଗଳା ମନ୍ଦିର ପୂଜକ ତାପସ ଦୀକ୍ଷିତ କହିଛନ୍ତି, ‘ଜଗନ୍ନାଥ ସଂସ୍କୃତି ସହ ମା’ଙ୍କ ସଂସ୍କୃତି ଜଡିତ । ମାଆଙ୍କ ପାଖରେ ଯେପରି ପୂଜା କରାଯାଏ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସେପରି ପୂଜା କରାଯାଏ । ମା’ ବିମଳାଙ୍କ ପାଖରେ ଷୋଡଶ ଉପଚାର ହୁଏ । ଅଷ୍ଟମୀରେ ମାଆଙ୍କ ମହିଷାମର୍ଦ୍ଧିନୀ ବେଶ, ନବରାତ୍ରୀରେ ମା’ଙ୍କ ଚଣ୍ଡି ବେଶ । ନବମୀରେ ମା’ଙ୍କ ଶାନ୍ତିବେଶ ଓ ଦଶମୀରେ ମା’ଙ୍କ ରାଜରାଜେଶ୍ବର ବେଶ ଅନୁଷ୍ଠିତ ହୁଅ ।’

ମା’ ମଙ୍ଗଳା
ମା’ ମଙ୍ଗଳା (ETV Bharat Odisha)

ଭକ୍ତଙ୍କ ସମାଗମ ପାଇଁ ବ୍ୟାପକ ବ୍ୟବସ୍ଥା:

ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ, କୈଳାଶ ଚନ୍ଦ୍ର ଦାସ କହିଛନ୍ତି, ‘ଚଳିତ ବର୍ଷ ମୂଳାଷ୍ଟମୀ ମଙ୍ଗଳବାର ପଡିଥିଲା । ଏହା ମା’ଙ୍କ ବାରରେ ପଡିଥିବାରୁ ଏଠାକୁ ଅନେକ ଭକ୍ତଙ୍କ ସମାଗମ ହୋଇଥିଲା । ଷୋଡଶ ଉପଚାର ସମୟରେ ମା’ ଦୁଇ ଥର ସ୍ନାନ କରନ୍ତି । ବିଭିନ୍ନ ବେଶରେ ମା’ଙ୍କୁ ସଜ୍ଜିତ କରାଯାଏ । ମନ୍ଦିର ପ୍ରଶାସନ ତରଫରୁ ମା’ଙ୍କୁ ସୁବର୍ଣ୍ଣ ଅଳଙ୍କାରରେ ଭୂଷିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ନବରାତ୍ରୀରେ ମା’ ବିଭିନ୍ନ ବେଶରେ ସଜ୍ଜିତ ହୋଇଥାନ୍ତି । ଭକ୍ତଙ୍କ ସମାଗମ ପାଇଁ ମନ୍ଦିର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।’

ଇଟିଭି, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.