ETV Bharat / bharat

ଶୁଭକାମନା ଜଣାଇବା ବାହାନାରେ ଗୁଳିମାଡ଼, ଟଳିପଡ଼ିଲେ ନବନିର୍ବାଚିତ ସରପଞ୍ଚ

ପଞ୍ଜାବରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା । ଗୁଳିମାଡ଼ରେ ନବନିର୍ବାଚିତ ସରପଞ୍ଚଙ୍କ ମୃତ୍ୟୁ ହୋଇଛି ।

author img

By ETV Bharat Odisha Team

Published : 2 hours ago

Updated : 1 hours ago

Sarpanch Shot Dead
Sarpanch Shot Dead (Social Media(X))

ଚଣ୍ଡିଗଡ଼: ପଞ୍ଜାବରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା । ମୋଟରସାଇକେଲରେ ଆସି ଆଖିବୁଜା ଗୁଳିଚାଳନା କଲେ 3 ଯୁବକ। ଗୁଳିମାଡ଼ରେ ପ୍ରାଣ ହରାଇଲେ ନବନିର୍ବାଚିତ ସରପଞ୍ଚ । ମୃତ ସରପଞ୍ଚ ହେଉଛନ୍ତି ରାଜବିନ୍ଦର ସିଂ । ସୂଚନା ଅନୁସାରେ, ଆମ ଆଦମୀ ପାର୍ଟି ନେତା ରାଜବିନ୍ଦର ସିଂ ନିର୍ବିରୋଧ ଭାବେ ତାଲୱାନ୍ଦି ଗ୍ରାମର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ଏହାପରେ ନିର୍ବାଚିତ ହେବା ଖୁସିରେ ନିଜ ସମର୍ଥକଙ୍କ ସହ ସେ କାର୍ ଯୋଗେ ଯାତ୍ରା କରୁଥିଲେ । ଏହି ସମୟରେ ହଠାତ୍ 3 ଜଣ ଯୁବକ ଆସି ସରପଞ୍ଚଙ୍କୁ ଶୁଭକାମନା ଜଣାଇବା ସହ କରିଥିଲେ ଅତର୍କିତ ଗୁଳିଚାଳନା । ଯେଉଁଥିରେ ରାଜବିନ୍ଦରଙ୍କ ସମର୍ଥକମାନେ ମଧ୍ୟ ଆହତ ହୋଇଛନ୍ତି ।

ସମ୍ପୃକ୍ତ ଅଞ୍ଚଳରେ ଏହା ତୃତୀୟ ହତ୍ୟାକାଣ୍ଡ:

ସୂଚନା ମୁତାବକ, କୌଣସି ପ୍ରତିଦ୍ବନ୍ଦୀ ନଥିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ରାଜବିନ୍ଦର ସିଂ । କାର୍ ଯୋଗେ ସମର୍ଥକଙ୍କ ସହ ଫେରୁଥିବାବେଳେ ଏଭଳି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ତେବେ ତରନତାରନରେ ନେତାଙ୍କୁ ହତ୍ୟାର ଏ ହେଉଛି ତୃତୀୟ ଘଟଣା। ଆଜି ସ୍ପଷ୍ଟ ଦିବାଲୋକରେ ସରପଞ୍ଚଙ୍କୁ ଗୁଳିମାଡ଼ ପରେ ଭୟର ବାତାବରଣ ଖେଳିଯାଇଛି ।

ଏହା ବି ପଢନ୍ତୁ...ଆସିଲା ଏକଜିଟ ପୋଲ; ଜମ୍ମୁ-କାଶ୍ମୀର ଓ ହରିୟାଣାରେ କିଏ ଗଢ଼ିବ ସରକାର ? - Poll of Polls JK Haryana
ଏହା ବି ପଢନ୍ତୁ...ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣା, ବେଙ୍ଗାଲୁରରୁ ଗିରଫ ହେଲେ ଆଉ 3 ଅଭିଯୁକ୍ତ - Khallikote Pre Poll Violence
ଏହା ବି ପଢନ୍ତୁ...ପୁଣି ସନ୍ଦେହଘେରରେ ପୋଲିସ ! କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲାରେ ଡିଜିପିଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ - Jyestha Bondaki death case

କିଏ କରିଥିଲା ଗୁଳିଚାଳନା?

କିଏ ଗୁଳିମାଡ଼ କଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ବର୍ତ୍ତମାନସୁଦ୍ଧା ଗୁଳିକାଣ୍ଡ କରିଥିବା ଦୁବୃର୍ତ୍ତଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଗତ କିଛି ଦିନ ଧରି ଏଭଳି ଅଶାନ୍ତି ଲାଗି ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲକୁ ସରପଞ୍ଚଙ୍କୁ ଅଣାଯାଇଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର । ରାଜବିନ୍ଦର ସିଂଙ୍କ ପରିବାରଲୋକେ ଖବର ପାଇ ମେଡିକାଲରେ ପହଞ୍ଚିଛନ୍ତି। କାନ୍ଦବୋବାଳିରେ ଫାଟି ପଡ଼ିଛି ପୂରା ପରିବେଶ । ନୂଆ କରି ସରପଞ୍ଚ ହୋଇଥିବାରୁ ଖୁସି ମନାଇବାକୁ ଯାଉଥିବା ରାଜବିନ୍ଦରଙ୍କ ଏପରି ଅକାଳ ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାରଲୋକେ ।

ଏହା ବି ପଢନ୍ତୁ...ଫରେଷ୍ଟର୍ ସଞ୍ଜୟ ନାୟକ ମୃତ୍ୟୁ ଘଟଣା, ଆରମ୍ଭ ହେଲା ବିଭାଗୀୟ ତଦନ୍ତ - Forester Sanjay Nayak Death Case

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.