ETV Bharat / sports

IPL ଯୋଗୁଁ ଗୁରୁତ୍ୱ ହରାଉଛି ଘରୋଇ କ୍ରିକେଟ ! ଜାଣନ୍ତୁ କାହିଁକି ଡୋମେଷ୍ଟିକ କ୍ରିକେଟ ଖେଳୁନାହାନ୍ତି ବଡ଼ କ୍ରିକେଟର - IPL IS UNDERMINING DOMESTIC CRICKET

Players Like IPL more than Domestic Cricket : ଭାରତୀୟ ଖେଳାଳିଙ୍କୁ ଡୋମେଷ୍ଟିକ କ୍ରିକେଟ ଅପେକ୍ଷା ଆଇପିଏଲ୍‌ ଖେଳିବା ଅଧିକ ପସନ୍ଦ । ଜାଣନ୍ତୁ କାରଣ

Players Like IPL more than Domestic Cricket
Players Like IPL more than Domestic Cricket (ETV Bharat Odisha)
author img

By ETV Bharat Sports Team

Published : Oct 7, 2024, 5:23 PM IST

ହାଇଦ୍ରାବାଦ : ଭାରତ ଟି20 ବିଶ୍ବକପ୍‌ 2024 ଜିତିବା ପରେ ଦଳରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଦେଶକୁ ବିଶ୍ବ ଚାମ୍ପିୟନ କରିବା ପରେ ଟି20ରୁ ଅବସର ନେଇଛନ୍ତି ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜାଙ୍କ ଭଳି କିମ୍ବଦନ୍ତୀ । ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଆସିଛନ୍ତି ଗୌତମ ଗମ୍ଭୀର । ଟି20 ଦଳର ସର୍ବକାଳୀନ ଅଧିନାୟକ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଟେଷ୍ଟ ଓ ଦିନିକିଆ ଦଳରେ ମଧ୍ୟ ଏକାଧିକ ଯୁପ ଖେଳାଳିଙ୍କୁ ମିଳିଛି ସୁଯୋଗ । କିନ୍ତୁ ଗୋଟିଏ କଥା ବଦଳିନାହିଁ, ତାହା ହେଉଛି ଘରୋଇ ପ୍ରତିଭାଙ୍କ ପ୍ରତି ଅବିରତ ଅଣଦେଖା । ଯେଉଁଥିପାଇଁ ଭାରତୀୟ ଦଳର ଷ୍ଟାର କ୍ରିକେଟରମାନେ ବିସିସିଆଇର ଘରୋଇ ସିଜିନ ଅପେକ୍ଷା ଆଇପିଏଲ୍‌ ଖେଳିବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଭାରତୀୟ କ୍ରିକେଟ ଦଳ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ 2-0ରେ କ୍ଲିନ୍‌ସ୍ବିପ କରିବା ପରେ ଟି20 ସିରିଜ୍‌ ଖେଳୁଛି । ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଏହି ସବୁ ମ୍ୟାଚ୍‌ ପାଇଁ ବହୁତ ସମୟ ପୂର୍ବରୁ ଟିମ୍‌ ମଧ୍ୟ ଚୟନ କରିଥିଲା । ହେଲେ ଚିନ୍ତାର ବିଷୟ ହେଉଛି କ୍ରିକେଟ ସମୀକ୍ଷକଙ୍କୁ ଲାଗୁଛି ଯେ ବିସିସିଆଇ ଓ ଚୟନକର୍ତ୍ତା ଡୋମେଷ୍ଟିକ ସିଜିନରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ଅପେକ୍ଷା ଆଇପିଏଲ୍‌ ପ୍ରଦର୍ଶନ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଫଳରେ ଡୋମେଷ୍ଟିକ ସିଜିନରୁ ଖେଳାଳିଙ୍କର ଆଗ୍ରହ କମି କମି ଯାଉଛି । ଏଠାରେ ଆମେ ଆପଣଙ୍କୁ ଏମିତି କିଛି କାରଣ କହିବାକୁ ଯାଉଛୁ, ଯଉଁଥିପାଇଁ ଭାରତୀୟ ଷ୍ଟାର କ୍ରିକେଟରମାନେ ବିସିସିଆଇର ଡୋମେଷ୍ଟିକ ସିଜିନ ଅପେକ୍ଷା ଆଇପିଏଲ୍‌ ଖେଳିବାକୁ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି ।

ଆଇପିଏଲ୍‌ରୁ ହେଉଛି ମୋଟା ଅଙ୍କର ରୋଜଗାର :-

ଆଇପିଏଲ୍‌ ଖେଳାଳିଙ୍କୁ ଅଧିକ ରୋଜଗାରମନସ୍କ କରିଛି । କାରଣ ଗୋଟିଏ ଥର ଆଇପିଏଲ୍‌ରେ ନିଜକୁ ପ୍ରମାଣ କରିପାରିଲେ ଖେଳାଳିମାନେ କୋଟିପତି ହେଇଯାଉଛନ୍ତି । ନିକଟରେ ବିସିସିଆଇ ସଚିବ ଜୟ ଶାହଙ୍କ ଘୋଷଣା ଅନୁଯାୟୀ ଫ୍ରାଞ୍ଚାଇଜ ଗୁଡ଼ିକର ଚୁକ୍ତି ବାଦ ପ୍ରତି ଖେଳାଳିଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ମ୍ୟାଚ୍‌ ଫି' ବାବଦକୁ 7.5 ଲକ୍ଷ ଟଙ୍କା ମିଳିବ । ଏପରି ହେଲେ ଯଦି ଜଣେ ଖେଳାଳି ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ ଖେଳୁଛି, ତେବେ ସେହି ଖେଳାଳିଙ୍କୁ ବିସିସିଆଇ ଅତିରିକ୍ତ 1.05 କୋଟି ଟଙ୍କା ଦେବ ।

ଅନ୍ୟପଟେ ଡୋମେଷ୍ଟିକ ସିଜିନରେ ଖେଳୁଥିବା ଖେଳାଳିମାନଙ୍କ ପାଇଁ ବିସିସିଆଇ ଆଇପିଏଲ୍‌ ତୁଳନାରେ ଆଖିଦୃଶିଆ ଦରମାର ବ୍ୟବସ୍ଥା କରୁନାହିଁ । ଉଦାହରଣ ସ୍ବରୂପ ରଣଜୀ ଟ୍ରଫି ପାଇଁ ବିସିସିଆଇ ଜଣେ ଖେଳାଳିଙ୍କୁ 40ରୁ 60 ହଜାର ଟଙ୍କା ଦୈନିକ ବେତନ ଦେଉଛି । ତାହା ମଧ୍ୟ ଖେଳାଳିଙ୍କ ଅଭିଜ୍ଞତା ଉପରେ ନିର୍ଭର । ଯଦି ଜଣେ ଖେଳାଳି 40ରୁ ଅଧିକା ରଣଜୀ ମ୍ୟାଚ୍‌ ଖେଳିଛନ୍ତି, ତେବେ ତାଙ୍କୁ ଦୈନିକ 60 ହଜାର ଦରମା ମିଳେ । 21ରୁ 40 ରଣଜୀ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କୁ ଦୈନିକ 50 ହଜାର ଓ 20 କିମ୍ବା ଏହାଠାରୁ କମ ରଣଜୀ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କୁ ଦୈନିକ 40 ହଜାର ଦରମା ଦେଇଥାଏ ବିସିସିଆଇ । ଯାହା ଆଇପିଏଲ୍‌ର ମ୍ୟାଚ୍‌ ଫି' ତୁଳନାରେ ବହୁତ କମ । ଫଳରେ ଖେଳାଳିମାନେ ଆଇପିଏଲ୍‌ ପର୍ଯ୍ୟନ୍ତ ନିଜକୁ ଠିକ ରଖିବା ପାଇଁ ଅଧିକ ଦାୟିତ୍ବବାନ ହେଉଛନ୍ତି ଓ ବିସିସିଆଇର ଡୋମେଷ୍ଟିକ ସିଜିନରୁ ନିଜକୁ ଦୂରେଇ ରଖୁଛନ୍ତି ।

ଚୟନକର୍ତ୍ତାଙ୍କ ଆଇପିଏଲ୍‌ ପ୍ରଦର୍ଶନ ଉପରେ ଗୁରୁତ୍ବ :-

ଗମ୍ଭୀରତାର ସହ ଅନୁଶୀଳନ କଲେ ଦେଖାଯିବ ଯେ ଦୀର୍ଘ ବର୍ଷ ଧରି ବିସିସିଆଇ ଚୟନକର୍ତ୍ତାମାନେ ଭାରତୀୟ ଦଳ ଚୟନ ସମୟରେ ଘରୋଇ ସିଜିନରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟ ଅପେକ୍ଷା ଆଇପିଏଲ୍‌ରେ ରାତାରାତି ଷ୍ଟାର ବନିଯାଉଥିବା ଖେଳାଳିଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଯଦିଓ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆଇପିଏଲ୍ ଦୁନିଆର ସବୁଠୁ ବଡ ଟି20 ଲିଗ୍ । ଏହା ଆମର ଦେଶର ପ୍ରତିଭାଙ୍କ ଅଭିବୃଦ୍ଧି ତଥା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ସେମାନଙ୍କୁ ବିଶ୍ବର ଅନେକ ବଡ କ୍ରିକେଟ୍ ଖେଳାଳିଙ୍କ ସହ କାନ୍ଧ ମିଳାଇବାର ସୁଯୋଗ ଦେଇଛି । ଚୟନକର୍ତ୍ତାମାନେ ଭାରତର ସୀମିତ ଓଭରରେ ଆଇପିଏଲ୍ ହିରୋଙ୍କୁ ଚୟନ କରିବା ବୁଝାପଡ଼ୁଛି । କିନ୍ତୁ ଟେଷ୍ଟ ଦଳ ଘୋଷଣା କରିବାବେଳେ ସେମାନେ ଘରୋଇ ପ୍ରଦର୍ଶନକୁ କାହିଁକି ଅବହେଳା କରୁଛନ୍ତି ତାହା ବୁଝିବା କଷ୍ଟକର ।

ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ଟିମ୍‌ ଘୋଷଣା ପୂର୍ବରୁ ଦୁଲୀପ ଟ୍ରଫିରେ ଇଣ୍ଡିଆ 'ଡି' ପାଇଁ ଖେଳୁଥିବା ଭାରତର ବାମହାତୀ ଷ୍ଟାର ପେସର ଅର୍ଶଦୀପ ସିଂହ ଇଣ୍ଡିଆ 'ବି' ବିପକ୍ଷରେ ଦମଦାର ବୋଲିଂ ପ୍ରଦର୍ଶନ ସହ ପ୍ରଥମ ପାଳିରେ 3 ଓ ଦ୍ବିତୀୟ ପାଳିରେ 6 ୱିକେଟ ସଫଳତା ହାସଲ କରିଥିଲେ । ଯାହା ତାଙ୍କ ଦଳକୁ ଏକ ବଡ଼ ବିଜୟରେ ସହାୟକ ହୋଇଥିଲା । ହେଲେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଚୟନ ସମୟରେ ଅର୍ଶଦୀପଙ୍କୁ ଅଣଦେଖା କରାଯାଇଥିଲା । କେବଳ ଏତିକି ନୁହେଁ, ମୁଶୀର ଖାନ କ୍ରମାଗତ ଭଲ ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ତାଙ୍କୁ ବିଚାରକୁ ନିଆଯାଉନାହିଁ । ମାନବ ସୁତାର, ଶ୍ରେୟସ ଆୟର, ଦେବଦତ୍ତ ପାଡିକଲ ଏବଂ ଅଭିଷେକ ପୋରେଲଙ୍କ ଭଳି ଖେଳାଳି ଏଥର ଦୁଲୀପ ଟ୍ରଫିରେ ବେଶ ଭଲ ପ୍ରଦର୍ଶନ କରିଥିଲେ । ହେଲେ ପୂର୍ବ ଭଳି ଦେଶର ଚୟନକର୍ତ୍ତାମାନେ ଜାତୀୟ ଦଳ ଚୟନ ସମୟରେ ଦେଶର ଡୋମେଷ୍ଟିକ ଷ୍ଟାରମାନଙ୍କୁ ଅଣଦେଖା କରିବା ଜାରି ରହିଛି ।

ରଣଜୀ ଟ୍ରଫି ଏବଂ ଅନ୍ୟାନ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟ ଅପେକ୍ଷା ଆଇପିଏଲକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଆମେ ଆମର ଯୁବ କ୍ରିକେଟରଙ୍କୁ ଦାୟୀ କରୁଛୁ । କିନ୍ତୁ ଏହା ପ୍ରକୃତରେ ସେମାନଙ୍କର ଦୋଷ କି ? ଏହା ଏକ ଚିନ୍ତାଜନକ ଧାରା ଯେ ଖେଳାଳିମାନେ ରଣଜୀ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟ ଅପେକ୍ଷା ଆଇପିଏଲ୍‌କୁ ଅଧିକ ମାତ୍ରାରେ ଚୟନ କରୁଛନ୍ତି ଏବଂ ଯଦି ଚୟନକର୍ତ୍ତାମାନେ ଘରୋଇ ପ୍ରଦର୍ଶନକୁ ବର୍ତ୍ତମାନ ପରି ଅବହେଳା କରିବା ଜାରି ରଖିବେ, ତେବେ ଏହା ଭବିଷ୍ୟତରେ ବିସିସିଆଇ ଡୋମେଷ୍ଟିକ କ୍ରିକେଟକୁ ବିପର୍ଯ୍ୟସ୍ତ ଆଡ଼କୁ ଠେଲିଦେଇପାରେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.