ETV Bharat / state

GRSଙ୍କୁ ଆଶ୍ବସ୍ତି, ପୂର୍ବ ନିର୍ଦ୍ଦେଶନାମା ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ - HC VERDICT ON GRS

ଗ୍ରାମୀଣ ରୋଜଗାର ସେବକଙ୍କୁ ମିଳିଲା ଆଶ୍ବସ୍ତି । ପୂର୍ବ ନିର୍ଦ୍ଦେଶନାମା ରୋକ୍ ଲଗାଇବା ସହ ହାଇକୋର୍ଟ ଶୁଣାଣିରେ କ'ଣ କହିଛନ୍ତି, ଜାଣନ୍ତୁ ।

HC Verdict On GRS
HC Verdict On GRS (ETV Bharat Odisha)
author img

By ETV Bharat Odisha Team

Published : Oct 7, 2024, 5:30 PM IST

କଟକ: ଗ୍ରାମୀଣ ରୋଜଗାର ସେବକ(ଜିଆରଏସ)ଙ୍କୁ ଆଶ୍ବସ୍ତି । ଗତ ସେପ୍ଟେମ୍ବର ୨୫ରେ ଜାରି ହୋଇଥିବା ନିର୍ଦ୍ଦେଶ ଉପରେ ଅଙ୍କୁଶ ଲଗାଇଛନ୍ତି ଓଡି଼ଶା ହାଇକୋର୍ଟ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଭାବେ ଗତ ମାର୍ଚ୍ଚ ମାସରେ ନିଯୁକ୍ତି ପାଇଥିବା GRSଙ୍କୁ ପୁଣି ପୂର୍ବ ପଦକୁ ଫେରାଇ ନେବା ପାଇଁ ୨୦୨୪, ସେପ୍ଟେମ୍ବର ୨୫ରେ ଜାରି ନିର୍ଦ୍ଦେଶ ଜାରି କରିଥିଲେ ହାଇକୋର୍ଟ । ଏହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏଥି ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

HC Verdict On GRS
HC Verdict On GRS (ETV Bharat Odisha)

ନଭେମ୍ବରରେ ପରବର୍ତ୍ତୀ ଶୁଣାଣି:

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସରସ୍ବତୀ ମଣ୍ଡଳ ଓ ଅନ୍ୟ ୧୦ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ନଭେମ୍ବର ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ପୁରା ମାମଲା କ'ଣ ?

Orissa Highcourt
Orissa Highcourt (ETV Bharat Odisha)

ଆବେଦନକାରୀ ୨୦୧୮ରେ ଜିଆରଏସ ଭାବେ ନିଯୁକ୍ତି ପାଇଥିଲେ । ୨୦୨୧ମସିହା ଜୁଲାଇ ୧ରେ ପ୍ରକାଶିତ GRSଙ୍କ ଗ୍ରେଡେସନ ତାଲିକାରେ ଆବେଦନକାରୀଙ୍କ ନାଁ ସ୍ଥାନ ପାଇଥିଲା। ୨୦୨୪ ଫେବ୍ରୁଆରୀ ୨୭ରେ ପଞ୍ଚାୟତିରାଜ ବିଭାଗ ତରଫରୁ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ନିୟମାବଳୀ, ୨୦୨୪ ଜାରି କରାଯାଇଥିଲା। GRSଙ୍କୁ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପଦରେ ନିଯୁକ୍ତି ସଂକ୍ରାନ୍ତରେ ଗତ ମାର୍ଚ୍ଚ ୧୨ରେ ପଞ୍ଚାୟତିରାଜ ବିଭାଗ ଏକ ଗାଇଡଲାଇନ ଜାରି ହୋଇଥିଲା । ଏହାପରେ ମାର୍ଚ୍ଚ ୧୫ରେ ୧୮୨ଜଣ ଜିଆରଏସଙ୍କୁ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପଦରେ ନିଯୁକ୍ତି ଦିଆଯାଇଥିଲା ।

ଏହା ବି ପଢନ୍ତୁ...ହାଇକୋର୍ଟଙ୍କ ରାୟ, 'ହେବ ରାବଣପୋଡ଼ି, ହେବନି ବାଣ ପ୍ରତିଯୋଗିତା' - HC On Ravan Podi

ଏହା ମଧ୍ୟ ପଢନ୍ତୁ :- କଟକର ସମସ୍ୟା ନେଇ ହାଇକୋର୍ଟଙ୍କ ତାଗିଦ, 2 ସପ୍ତାହରେ ସମାଧାନ କର - Hc Verdict On Cuttack

ଏହା ମଧ୍ୟ ପଢନ୍ତୁ :- ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ଶେଷ କରିବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ - Orissa High Court

ଏମିତି ଅଭିଯୋଗ କରିଥିଲେ ଆବେଦନକାରୀ:

ଆବେଦନକାରୀମାନେ ନୂଆ ପଦବୀରେ ନିଯୁକ୍ତି ପରେ ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ଗରଦପୁର, ରାଜକନିକା ଓ ଅନ୍ୟ ବ୍ଲକରେ କାର୍ଯ୍ୟ କରୁଥିଲେ । ହଠାତ ଗତ ସେପ୍ଟେମ୍ବର ୨୫ରେ ସେମାନଙ୍କୁ ପୁଣି ପୂର୍ବ ପଦକୁ ଫେରାଇ ନେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପଦରେ କାର୍ଯ୍ୟ କରିବାବେଳେ ଆବେଦନକାରୀ ପାଇଥିବା ଦରମା ବାବଦ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଭଳି ନିର୍ଦ୍ଦେଶ ପ୍ରଦାନ କରାଯିବା ପୂର୍ବରୁ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନଥିଲା ବୋଲି ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- କନେଷ୍ଟବଳ ନିଯୁକ୍ତି, ବୟସ ସୀମା ନେଇ ହାଇକୋର୍ଟଙ୍କ ବଡ଼ ରାୟ - Constable Exam Issue in HC

ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଛି ଯେ, ଖାଲି ପଡ଼ିଥିବା ୨୫୯ଟି ମଞ୍ଜୁରୀପ୍ରାପ୍ତ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପଦରେ ଜିଆରଏସ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀ ଓ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ପଞ୍ଚାୟତିରାଜ ବିଭାଗ ତରଫରୁ ଜାରି ନିୟମାବଳୀ ଅନୁସାରେ ଆବେଦନକାରୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିବାବେଳେ ବିନା କାରଣରେ ସେମାନଙ୍କୁ ପୁଣି ପୂର୍ବ ପଦକୁ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଏଭଳି ନିର୍ଦ୍ଦେଶ ପୂର୍ବରୁ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା । ଏହା ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ଉଲ୍ଲଂଘନ । ସେପ୍ଟେମ୍ବର ୨୫ରେ ନିର୍ଦ୍ଦେଶକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.