AIର ଭବିଷ୍ୟତକୁ ନେଇ ହାତ ମିଶାଇଲେ ସମସ୍ତ ଦେଶ, ଭାରତର ରହିବ ଗୁରୁତ୍ବପୂର୍ଣ୍ଣ ଭୂମିକା

By ETV Bharat Odisha Team

Published : Dec 14, 2023, 5:39 PM IST

thumbnail

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଗତ 12 ତାରଖ ଠାରୁ ଗ୍ଲୋବାଲ ପାର୍ଟନରସିପ ଅନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶିଖର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଆଜି ଶେଷ ଦିନ ରହିଥିଲା । ଗତ 3 ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଚାଲିଥିଲା ତର୍କବିତର୍କ ଏବଂ ଆଲୋଚନା । ତେବେ ଆଜିର ସମ୍ମିଳନୀ ଶେଷ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ରାଷ୍ଟ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଏଆଇର ଭବିଷ୍ୟତ ନିର୍ଦ୍ଧାରିତ କରିବା ପାଇଁ ସମସ୍ତ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସହମତ ପ୍ରକାଶ କରିଥିବା ନେଇ ମନ୍ତ୍ରୀ କହିଛନ୍ତି ।  

ସେ ଆହୁରି ମଧ୍ୟ କହିଛନ୍ତି, "ଏଆଇର ଭବିଷ୍ୟତ ନିର୍ଣ୍ଣୟ କରିବା ସମସ୍ତ ଦେଶ ଏକାଠି ହେବା ଉଚିତ । ଏହା ନିଷ୍ପତ୍ତି କୌଣସି ବ୍ୟକ୍ତି କିମ୍ବା କୌଣସି ଗୋଟିଏ ଦେଶ ଉପରେ ଛାଡିବା ଉଚିତ୍‌ ନୁହେଁ । କେବଳ ଗୋଟିଏ କିମ୍ବା ଦୁଇଟି ଦେଶ ମିଶି ଏଆଇର ଭବିଷ୍ୟତ ଗଠନ କରିପାରିବେ ନାହିଁ । ଆପଣ ଏକ୍ସପୋରେ ଦେଖିପାରିବେ ଭାରତ ଶହ ଶହ ଷ୍ଟାଟଅପ ରହିଛି । ଭାରତୀୟ ଏଆଇ କେତେ ପରିପକ୍ବ ତାହା ବିଶ୍ବବାସୀ ଜାଣିଛନ୍ତି । ଏଆଇର ଭବିଷ୍ୟତ ଗଠନ କରିବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।"  

ଏହା ମଧ୍ୟ ପଢନ୍ତୁ: AIର ନୈତିକ ଉପଯୋଗ ପାଇଁ ପ୍ରତିବଦ୍ଧ ଭାରତ, ସରକାର ଶୀଘ୍ର ଆରମ୍ଭ କରିବେ ଏଆଇ ମିଶନ

ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଡିସେମ୍ବର 8 ତାରିଖରେ ଏହି ଶିଖର ସମ୍ମିଳନୀ ବିଷୟରେ ସୂଚନା ଦେଇ ସମସ୍ତ ଦେଶବାସୀଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ସମ୍ମିଳନୀରେ ବିଶ୍ବର ପ୍ରାୟ 27ଟି ଦେଶ ସାମିଲ ରହିଥିଲେ । ଏହା ସହିତ ସମ୍ମିଳନୀରେ 150ରୁ ଅଧିକ ଜଣ ସେମାନଙ୍କର ମତ ରଖିଥିଲେ।"

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶିଖର ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଏଆଇର ଅପବ୍ୟବହାର ନେଇ ଦେଶବାସୀଙ୍କୁ ଚେତାବନୀ ଦେଇଥିଲେ । ଏକବିଂଶ ଶତାବ୍ଦୀର ବିକାଶରେ ଏଆଇ ସବୁଠାରୁ ବଡ଼ ଉତ୍ସ ହୋଇପାରେ କିନ୍ତୁ ଏକବିଂଶ ଶତାବ୍ଦୀକୁ ଧ୍ବସଂ କରିବାର ମଧ୍ୟ ସମାନ କ୍ଷମତା ଏଆଇ ପାଖରେ ରହିଛି ବୋଲି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.