ଜନସମ୍ପର୍କ ପଦଯାତ୍ରାରେ ଜନସମୁଦ୍ର, ଶେଷ ଦିନରେ ବୌଦ୍ଧରେ ଯୋଗଦେଲେ ପଞ୍ଚାୟତିରାଜ ମନ୍ତ୍ରୀ - bjd programme
🎬 Watch Now: Feature Video
Published : Oct 11, 2023, 10:26 PM IST
ବୌଦ୍ଧ: ଜନ ସମୁଦ୍ର ପାଲଟିଲା ଜାତୀୟ ରାଜପଥ । ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାର ଅନ୍ତିମ ଦିନରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଯୋଗ ଦେଇଥିବାବେଳେ ହଜାର ହଜାର ବିଜେଡି କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇଥିଲେ । ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚାଇବାକୁ ଜିଲ୍ଲା ବିଜେଡି କରିଛି ଜୋରଦାର ପ୍ରୟାସ । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ବିଜେଡି ଦଳର ଜନ ସମ୍ପର୍କ ପଦଯାତ୍ରା ଆଜି ସମ୍ପୂର୍ଣ୍ଣ ହୋଇଛି ।
ମଙ୍ଗଳବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବାଉଶୁଣୀଠାରୁ ଗୁଦୁଗୁଦା ପର୍ଯ୍ୟନ୍ତ ପଦଯାତ୍ରାରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗ ଦେଇ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଆଜି ଜିଲ୍ଲାର ପୌରାଞ୍ଚଳର ବୁଟୁପାଲିଠାରୁ ଟାଉନହଲ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେରଙ୍କ ନେତୃତ୍ବରେ ବୁଟୁପାଲି ଠାରୁ ହଜାର ହଜାର ବିଜେଡି କର୍ମୀମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।
ଏହା ବି ପଢନ୍ତୁ...ଫୁଲବାଣୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଘରକୁ ଘର ବୁଲିଲା ଶଙ୍ଖ କ୍ୟାମ୍ପ
ଏହି ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ତୀବ୍ର ସମାଲୋଚନା କରିଥିଲେ । ଏହାବ୍ୟତାତ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକ ଓ ଚିତ୍ତରଞ୍ଜନ କର୍ଣ୍ଣ ଅତିଥି ରୂପ ଯୋଗଦେଇଥିବାବେଳେ ହଜାର ହଜାର ବିଜେଡି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ବୌଦ୍ଧ