ଅଲୌକିକ ! ନିମ୍ବ ଗଛରୁ ବାହାରୁଛି କ୍ଷୀର, ଲୋକେ କରୁଛନ୍ତି ପୂଜାର୍ଚ୍ଚନା

By

Published : Jul 11, 2023, 8:15 PM IST

thumbnail

ବାଲେଶ୍ବର: ଆସ୍ଥା ଓ ବିଶ୍ବାସ ଉପରେ ଆଜି ଦୁନିଆ ଚାଲିଥିବା ବେଳେ ଅନେକ ସମୟରେ କିଛି ଘଟଣା ଆହୁରି ମନର ବିଶ୍ବାସକୁ ଦୃଢ଼ୀଭୂତ କରିଥାଏ ।  ବିଜ୍ଞାନ ଓ ଡିଜିଟାଲ ଯୁଗରେ ବେଳେ ବେଳେ କିଛି ଘଟଣା ଯାହା ଲୋକଙ୍କ ମନରେ ଅନେକ ଆସ୍ଥା ଅତୁଟ ଭାବେ ବାନ୍ଧିବା ସହ ବିଶ୍ବାସ ଦୁଇଗୁଣା କରିଥାଏ ।  ଏଇ ଯେମିତି କେତେବେଳେ ପରଟାରେ ଜଗନ୍ନାଥ ତ ପୁଣି କେତେବେଳେ ଠାକୁର କ୍ଷୀର ପିଇବା ଘଟଣା ସମସ୍ତଙ୍କୁ ଚକିତ କରିଥାଏ ।  ଠିକ ସେମିତି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଜାନିକାପାଳ ଗ୍ରାମରେ ଏକ ନିମ୍ବ ଗଛରୁ କ୍ଷୀର ବାହାରିବା ପରେ ଗ୍ରାମବାସୀ ଗଛ ମୂଳରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି।  

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜାନିକାପାଳ ଗ୍ରାମର ଦାମୋଦର ଜେନାଙ୍କୁ ମା' ତାରିଣୀ ପୂଜାର୍ଚ୍ଚନା କରିବା ପାଇଁ ସ୍ବପ୍ନାଦେଶ ହୋଇଥିଲେ ।  ସେବେଠାରୁ ଦାମୋଦର ନିମ୍ବ ଗଛ ଚାରିପଟେ ବଣ ଜଙ୍ଗଲ ସଫା କରି ପୂଜାର୍ଚ୍ଚନା କରିଆସୁଥିଲେ ।  ଦାମୋଦରଙ୍କ ଦେହାନ୍ତ ହେବା ପରେ ତାଙ୍କ ପରିବାର ଲୋକ ନିମ୍ବଗଛ ମୂଳରେ ପୂଜାର୍ଚ୍ଚନା କରୁଥିଲେ । କିନ୍ତୁ ଜମିବାଡ଼ି ବିବାଦକୁ ନେଇ 2 ବର୍ଷ ଧରି ଗଛ ମୂଳରେ ପୂଜାର୍ଚ୍ଚନା ବନ୍ଦ ରହିଥିଲା ।  ଜଣେ ମହିଳା ସେହି ରାସ୍ତା ଦେଇ ଯାଉଥିବା ବେଳେ ନିମ୍ବ ଗଛରୁ କ୍ଷୀର ବାହାରୁଥିବାର ଦେଖି ଗ୍ରାମବାସୀମାନଙ୍କୁ ଖବର ଦେଇଥିଲେ ।  ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହେବାପରେ ନିମ୍ବଗଛ ପାଖରେ ଲୋକଙ୍କ ଗହଳି ଲାଗିବା ସହ ସିନ୍ଦୂର ଓ ଫୁଲ ଦେଇ ପୂଜାର୍ଚ୍ଚନା କରିଥିଲେ ।  

ଏହା ବି ପଢନ୍ତୁ- ପରଟାରେ ଦିଶିଲେ ମହାପ୍ରଭୁ

ଘଣ୍ଟ, ମୃଦଙ୍ଗ, ଶଙ୍ଖ ବଜାଇ ଲୋକେ ପୂଜାର୍ଚ୍ଚନା କରିବା ସହ ସେଠାରେ ଏହାକୁ ଅଲୌକିକ ଘଟଣା ବୋଲି କହିଛନ୍ତି । ଧୀରେ ଧୀରେ ଉକ୍ତ ସ୍ଥାନରେ ଏମିତି ଘଟଣା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି ।  ଲୋକମାନଙ୍କ ଆସ୍ଥା ଓ ବିଶ୍ବାସ ଭିତରେ ସମସ୍ତ ରୀତିନୀତି ଅନୁସାରେ ପୂଜାପାଠ ଚାଲିଥିବା ଦେଖିବାକୁ ମିଳିଛି । ତେବେ ଆଜିର ବିଜ୍ଞାନ ଯୁଗରେ ଏମିତି ନିମ୍ବ ଗଛରୁ କ୍ଷୀର ବାହାରିବା ପଛରେ କୌଣସି ବୈଜ୍ଞାନିକ କାରଣ ଥାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ କାହାରି ଆସ୍ଥା ଓ ବିଶ୍ବାସକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।

ତେବେ କହିରଖୁଛୁ କି ‘ଇଟିଭି ଭାରତ’ କୌଣସି ଅନ୍ଧବିଶ୍ୱାସ ସହିତ ଜଡିତ ଖବରକୁ ପ୍ରୋତ୍ସାହନ ଦିଏନାହିଁ କି ଲୋକଲୋଚନକୁ ଆଣି ନଥାଏ ମଧ୍ୟ । କିନ୍ତୁ ଆସ୍ଥା ଏବଂ ଲୋକଙ୍କ ବିଶ୍ୱାସ ସହିତ ଡଜିତ ଖବରକୁ ସଠିକ ତଥ୍ୟ ସହିତ ପ୍ରସାରଣ କରିଥାଏ । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.