ଅମରାବତୀ ବାସଭବନରେ ପହଞ୍ଚିବା ପରେ କ୍ଷୀର ସ୍ନାନ କଲେ ରାଣା ଦମ୍ପତି - ରାଣା ଦମ୍ପତି ନ୍ୟୁଜ

🎬 Watch Now: Feature Video

thumbnail

By

Published : May 29, 2022, 12:08 PM IST

Updated : Feb 3, 2023, 8:23 PM IST

ଅମରାବାତୀ: ଦୀର୍ଘ ୩୬ ଦିନ ପରେ ଅମରାବତୀ ସ୍ଥିତ ଶଙ୍କରନଗରସ୍ଥିତ ବାସଭବନରେ ପହଞ୍ଚିଛନ୍ତି ସାଂସଦ ନବନୀତ ରାଣା ଓ ବିଧାୟକ ରବି ରାଣା । ଏହି ଅବସରରେ ତାଙ୍କୁ କ୍ଷୀରରେ ସ୍ନାନ କରାଯାଇଛି । ଦୁଗ୍ଧ ଅଭିଷେକ ସମାରୋହରେ ଯୁବ ସ୍ବାଭିମାନ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ମୁମ୍ବାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରିବାକୁ ପହଞ୍ଚିଥିବା ରାଣା ଦମ୍ପତି ୧୪ ଦିନ ଜେଲରେ ଥିଲେ । ୩୬ ଦିନ ଧରି ଅମରାବତୀରୁ ବାହାରେ ରାଣା ଦମ୍ପତିଙ୍କୁ ଅମରାବତୀ ଜିଲ୍ଲାର ତିଭାସା ସହରରେ ସ୍ବାଗତ କରାଯାଇଥିଲା । ପରେ ରାଣା ଦମ୍ପତିଙ୍କୁ ନନ୍ଦଗାଓଁ ପେଥ୍, ଭଡଗାଓଁ, ପଞ୍ଚବଟୀ ଚୌକ୍ ଠାରେ ସ୍ବାଗତ କରାଯାଇଥିଲା । ସେମାନେ ଦଶହରା ମଇଦାନ ହନୁମାନ ମଣ୍ଡପରେ ହନୁମାନ ଚାଳିଶା ପାଠ କରିଥିଲେ ।
Last Updated : Feb 3, 2023, 8:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.