ବିରିୟାନୀ ଦେବାରେ ହେଲା ବିଳମ୍ବ, ରେଷ୍ଟୁରାଣ୍ଟ ଷ୍ଟାଫ୍‌ଙ୍କୁ ନିସ୍ତୁକ ପିଟିଲେ ଗ୍ରାହକ - ବିରିୟାନୀ ଦେବାରେ ବିଳମ୍ବ ହେବାରୁ ମାଡ଼

🎬 Watch Now: Feature Video

thumbnail

By

Published : Nov 11, 2022, 3:59 PM IST

Updated : Feb 3, 2023, 8:32 PM IST

ନୂଆଦିଲ୍ଲୀ: ବିରିୟାନୀ ଦେବାରେ ବିଳମ୍ବ ଯୋଗୁଁ ଷ୍ଟାଫ୍‌ଙ୍କୁ ମାଡ଼ । ରେଷ୍ଟୁରାଣ୍ଟରେ ଖାଦ୍ୟ ସ୍ବାଦିଷ୍ଟ ନଥିଲେ ଅନେକ ସମୟରେ ରେଷ୍ଟୁରାଣ୍ଟ ମାଲିକ କିମ୍ବା ଷ୍ଟାଫ୍‌ଙ୍କ ସହ ଗ୍ରାହକଙ୍କ କଥା କଟାକଟି ହୋଇଥାଏ । କିନ୍ତୁ ରାଜଧାନୀ ଦିଲ୍ଲୀରେ ନିଜ ମନ ପସନ୍ଦର ଖାଦ୍ୟ ନମିଳିବାରୁ ରେଷ୍ଟୁରାଣ୍ଟ୍‌ ଷ୍ଟାଫ୍‌ଙ୍କୁ ମାଡ଼ ମାରିଛନ୍ତି ତିନି ଜଣ ଗ୍ରାହକ । ଦିଲ୍ଲୀର ଗ୍ରେଟର ନୋଏଡ଼ା ଅଞ୍ଚଳରେ ଏଭଳି କାଣ୍ଡ ଦେଖିବାକୁ ମିଳିଛି । ତିନି ବନ୍ଧୁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ବିରିୟାନୀ ଅର୍ଡର କରିଥିଲେ । ତେବେ ବିରିୟାନୀ ଆଣିବାରେ ବିଳମ୍ବ ହେବା ସହ ମନ ପସନ୍ଦର ଚିକେନ୍‌ ପିସ୍‌ ନଥିବାରୁ ରେଷ୍ଟୁରାଣ୍ଟ ଷ୍ଟାଫ୍‌ଙ୍କୁ ମାଡ଼ ମାରିଥିଲେ ଗ୍ରାହକ । ଏହି ସମସ୍ତ ଘଟଣା ରେଷ୍ଟୁରାଣ୍ଟ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହାକୁ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରି ତିନି ଗ୍ରାହକଙ୍କୁ ଗିରଫ କରିଛି ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.