ETV Bharat / technology

Jio ଆଣିଲା ବମ୍ଫର ଅଫର; ଏହି ପ୍ଲାନରେ ମିଳିବ 2ବର୍ଷ ପାଇଁ ଫ୍ରି YouTube Premium - JIO FREE YOUTUBE PREMIUM OFFER

ଜିଓ ନୂଆବର୍ଷରେ ଆଣିଲା ଧମକାଦାର ଅଫର । ଏହି ପ୍ଲାନ ସହ ଆପଣ 2ବର୍ଷ ପାଇଁ ମାଗଣାରେ YouTube Premium ସୁବିଧା ପାଇପାରିବେ । ଅଧିକ ପଢନ୍ତୁ

Reliance Jio offers 2 years free YouTube Premium with JioFiber
Reliance Jio offers 2 years free YouTube Premium with JioFiber (ETV Bharat)
author img

By ETV Bharat Tech Team

Published : Jan 12, 2025, 7:50 AM IST

ହାଇଦ୍ରାବାଦ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ ନିଜ ଗ୍ରାହକଙ୍କୁ ଉପହାର ଦେଇଛି । ଏହି ବମ୍ଫର ଅଫରରେ ଗ୍ରାହକଙ୍କୁ 2ବର୍ଷ ପାଇଁ ୟୁଟ୍ୟୁବ ପ୍ରିମିୟମ ସୁବିଧା ମାଗଣାରେ ମିଳିବ । ଯଦି ଆପଣ ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବରେ ଭିଡିଓ ଦେଖିବା ସମୟରେ ମଝିରେ ମଝିରେ ଆସୁଥିବା ବିଜ୍ଞାପନକୁ ନେଇ ବିରକ୍ତ ହେଉଛନ୍ତି, ତେବେ ଏବେ ଆଡ୍‌-ଫ୍ରି ଭିଡିଓର ମଜା ଉଠାଇପାରିବେ । କେଉଁ ପ୍ଲାନରେ ଏହି ସୁବିଧା ପ୍ରଦାନ କରୁଛି ଜିଓ ସେ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।

କାହାକୁ ମିଳିବ ଏହି ସୁବିଧା ?

ରିଲାଏନ୍ସ ଜିଓ ପକ୍ଷରୁ JioFiber ଓ Jio AirFiber ପୋଷ୍ଟପେଡ୍‌ ପ୍ଲାନ ୟୁଜରଙ୍କୁ 24 ମାସ ବା 2ବର୍ଷ ଲାଗି ମାଗଣା YouTube ପ୍ରିମିୟମ ମିଳିବ । ସମ୍ପ୍ରତି ଯେତେବେଳେ ଆମେ ୟୁଟ୍ୟୁବରେ କୌଣସି ଭିଡିଓ ଦେଖିବାକୁ ଯାଇଥାନ୍ତି, ସେତେବେଳେ ଉକ୍ତ ଭିଡିଓଟି ଚାଲିବା ପୂର୍ବରୁ ପ୍ରଥମେ 15ରୁ 20 ସେକେଣ୍ଡର ଏକ ବିଜ୍ଞାପନ ଚାଲିଥାଏ, ଯାହାକୁ ପ୍ରାୟତଃ Skip କରିବା ସମ୍ଭବ ହୋଇନଥାଏ । ଯଦି ବି ସ୍କିପ୍‌ ହୁଏ ତେବେ କିଛି ସମୟ ବିଜ୍ଞାପନ ଦେଖିବାକୁ ପଡ଼ିଥାଏ । ଯାହାଦ୍ବାରା ୟୁଜର ଏକ୍ସପରିଏନ୍ସ ପ୍ରଭାବିତ ହୁଏ । କିନ୍ତୁ ୟୁଟ୍ୟୁବ ପ୍ରିମିୟମରେ ଏହି ସୁବିଧା ମିଳିଥାଏ ।

Reliance Jio offers 2 years free YouTube Premium with JioFiber
Reliance Jio offers 2 years free YouTube Premium with JioFiber (Photo Credit- Reliance Jio)

Backgroundରେ ଚାଲିବ ଭିଡିଓ

ୟୁଟ୍ୟୁବ ପ୍ରିମିୟମ ନେଲେ, ଆପଣ ଭିଡିଓକୁ ବ୍ୟାକ୍‌ କରିବା ପରେ ବି ନିଜର ପସନ୍ଦ ଭିଡିଓକୁ ବ୍ୟାଙ୍କଗ୍ରାଉଣ୍ଡରେ ଚଲାଇବାରେ ସକ୍ଷମ ହେବେ । ଅର୍ଥାତ ବ୍ୟାକ୍‌ କରିବା ପରେ ମଧ୍ୟ ବ୍ୟାଙ୍କଗ୍ରାଉଣ୍ଡରେ ଭିଡିଓର ଅଡିଓ ଶୁଣିପାରିବେ । ଏହାଦ୍ବାରା ୟୁଜର ମଲ୍ଟିଟାସ୍କ କରିପାରିବେ । ଏହାଦ୍ବାରା ଆପଣ ଅନ୍ୟ କାମ କରିବା ସହିତ ନିଜ ପସନ୍ଦର ଭିଡିଓ ଓ ପଡକାଷ୍ଟ ଆଦି ଶୁଣିପାରିବେ । ବିଶେଷ କରି ସ୍ମାର୍ଟଫୋନ ୟୁଜର ଏହାଦ୍ବାରା ବେଶ ଲାଭବାନ ହୋଇଥାନ୍ତି । ଏହାବାଦ ଆପଣ YouTube Musicର ମଧ୍ୟ ବ୍ୟବହାର କରିପାରିବେ ।

ପ୍ଲାନ ଓ ଏହାର ଦାମ

ଏହି ସମସ୍ତ ସୁବିଧା କେଉଁ ପ୍ଲାନରେ ମିଳିବ ନିମ୍ନରେ ଜାଣିବା:

  • JioFiber/AirFiber – 888 ଟଙ୍କା
  • JioFiber/AirFiber – 1199 ଟଙ୍କା
  • JioFiber/AirFiber – 1499 ଟଙ୍କା
  • JioFiber/AirFiber – 2499 ଟଙ୍କା
  • JioFiber/AirFiber – 3499 ଟଙ୍କା

ଭାରତରେ ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ହୋଇପାରିଛି ୟୁଟ୍ୟୁବ । ଜିଓ ପ୍ଲାନ ସହ ମାଗଣା ପ୍ରିମିୟମ ସୁବିଧା ସହ ଜିଓ ବ୍ରଡବ୍ୟାଣ୍ଡ ଓ ପୋଷ୍ଟପେଡ୍‌ ସର୍ଭିସକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଫର ସହ ସେହି ୟୁଜର ବେଶ ଉପକୃତ ହେବେ ଯେଉଁମାନେ ଅଧିକରୁ ଅଧିକ ସମୟ ସ୍ମାର୍ଟଫୋନ ବା ସ୍ମାର୍ଟ ଟିଭିରେ ୟୁଟ୍ୟୁବ ଭିଡିଓ ଦେଖିଥାନ୍ତି ।

ଏହା ବି ପଢନ୍ତୁ
  1. ମାତ୍ର ₹601 ବର୍ଷସାରା ପାଆନ୍ତୁ Jio 5G ଡାଟା; ବନ୍ଧୁଙ୍କ ସହ ବି ସେୟାର କରିପାରିବେ ଡାଟା
  2. 75ଟି ସହରରେ 5G ସେବା ଲଞ୍ଚ କରିବ Vodafone-Idea; ଜିଓଠୁ ମିଳିପାରେ ଶସ୍ତା ପ୍ଲାନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.