‘ମୃତ୍ୟଦେହ ବ୍ୟବଚ୍ଛେଦ ଗୃହରେ ବିତିଲାଣି 40 ବର୍ଷ’ - ବାଲେଶ୍ଵର ଜିଲ୍ଲା ଦାମୋଦରପୁର
🎬 Watch Now: Feature Video
Published : Aug 26, 2023, 10:39 PM IST
ବାଲେଶ୍ବର: 40 ବର୍ଷ ଧରି ମୃତ୍ୟଦେହ ସହ ବିତାଇ ଆସୁଛନ୍ତି ଜୀବନ। ମୃତ୍ୟଦେହକୁ କଟାଛଟା କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସେ କରିଦିଅନ୍ତି ହସ୍ତାନ୍ତର। ମୃତ୍ୟଦେହ ଗୃହକୁ ଆସିବା ପାଖରୁ ଆରମ୍ଭ କରି ପରିବାର ଲୋକଙ୍କୁ ହସ୍ତାନ୍ତର ଯାଏ ଆଗରେ ଥାନ୍ତି । ଏମିତି ଜଣେ ମଣିଷ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଦାମୋଦରପୁର ଅଞ୍ଚଳର ଅମୂଲ୍ୟ ମହାଳିକ। ଅମୂଲ୍ୟ ପୂର୍ବରୁ ବାଲେଶ୍ଵର, ରେମୁଣା, ଦୀଘା ଏବଂ ଏବେ ସୋର ମେଡିକାଲରେ ସେ ଶବ ବ୍ୟବଚ୍ଛେଦ ଗୃହରେ ତୁଲାଉଛନ୍ତି କାର୍ଯ୍ୟ । ବାଲେଶ୍ଵର ଜିଲ୍ଲା ଦାମୋଦରପୁର ଅଞ୍ଚଳର ଅମୂଲ୍ୟ ମହାଳିକ ଆଟେଣ୍ଟଡ଼ାଣ୍ଟ ଭାବରେ କାର୍ଯ୍ୟ କରନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ୪୦ବର୍ଷ ଧରି ଶବ ବ୍ୟବଚ୍ଛେଦ କରିଆସୁଛନ୍ତି । ଏବେ ସୁଦ୍ଧା ପାଖାପାଖି ସେ ୫୦ହଜାର ବ୍ୟବଚ୍ଛେଦ କରିଥିବା କହିଛନ୍ତି । ଏହି କିଛି ଦିନ ହେବ କାର୍ଯ୍ୟରୁ ସେ ଅବସରର ନେଇଛନ୍ତି ସତ କିନ୍ତୁ ପୁଣି ଥରେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଡାକରା ଆସିଲେ ସେ ଦୌଡ଼ି ଯାଆନ୍ତି ମେଡିକାଲ।
ଇଟିଭି ଭାରତ, ବାଲେଶ୍ବର