G20 Summit: ଦିଲ୍ଲୀରେ ପହଞ୍ଚିଲେ ମରିସସ୍ ପ୍ରଧାନମନ୍ତ୍ରୀ, ଡାଲଖାଇ ଗୀତରେ କରାଗଲା ସ୍ବାଗତ
🎬 Watch Now: Feature Video
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ବିଶ୍ବ ନେତାମାନେ ଦିଲ୍ଲୀ ପହଞ୍ଚିବା ଆରମ୍ଭ କଲେଣି । ଆଜି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଜି ସକାଳେ ସେ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ତାଙ୍କୁ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଏୟାରପୋର୍ଟରୁ ବାହାରିବା ପରେ ତାଙ୍କର ସ୍ବାଗତ ପାଇଁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଓଡିଆ କଳାକାରମାନେ ସମ୍ବଲପୁରୀ ଗୀତ ଡାଲଖାଇରେ ନୃତ୍ୟ କରିଥିଲେ । କହିରଖୁଛୁ କି, ସେପ୍ଟେମ୍ବର ୯-୧୦ ତାରିଖରେ ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଜି-୨୦ ପ୍ରତିନିଧିମାନଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ରାଜଧାନୀ । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆକାଶ ମାର୍ଗରୁ ଡ୍ରୋନ ଦିଲ୍ଲୀ ଉପରେ ନଜର ରଖିଥିବା ବେଳେ ଛକ ଛକରେ ଚେକିଂ ଚାଲିଛି । ୫୦ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: G20 Summit: ଆଜି ନୁହେଁ କାଲି ଭାରତ ଆସିବେ ବାଇଡେନ, ସୁରକ୍ଷା ବ୍ୟବସ୍ଥା କଡାକଡି