ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଅନେକ ଫର୍ଣ୍ଣିଚର ଦୋକାନ

By

Published : Mar 13, 2023, 10:49 PM IST

thumbnail

ମୁମ୍ବାଇ: ମୁମ୍ବାଇରେ ଅଘଟଣ । ଯୋଗେଶ୍ବରୀ ଅଞ୍ଚଳ ରାମମନ୍ଦିର ନିକଟରେ ଥିବା ଏକ ଫର୍ଣ୍ଣିଚର ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ଏହି ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ  । ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ୮ଟି ଅଗ୍ନିଶମବାହିନୀ ଗାଡ଼ି ନିୟୋଜିତ ଥିଲେ  । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ  । ନିଆଁ ଲାଗିବା ମାତ୍ରେ ଏହା ଚାରିଆଡ଼େ ବ୍ୟାପି ଯାଇଥିଲା  । କାଠ ଗୋଦାମ ଏବଂ ଫର୍ଣ୍ଣିଚର ଦୋକାନ ପାଇଁ ନିଆଁ ଶୀଘ୍ର ବ୍ୟାପିଥିଲା  । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା  । ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି  । ଅଗ୍ନିକାଣ୍ଡ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟାବହତା ଦେଖାଦେଇଥିଲା  । ତେବେ ଅଗ୍ନିକାଣ୍ଡ ଯୋଗୁଁ ବଜାରରେ ଥିବା ଅନେକ ଫର୍ଣ୍ଣିଚର ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି  । ତେବେ ମୁମ୍ବାଇର ଅନ୍ୟ ଏକ ସ୍ଥାନରେ ଆଉ ଏକ ଅଗ୍ନିକାଣ୍ଡରେ ଜଣଙ୍କ ମୃତ୍ୟୁ ଘଟିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.