ଗ୍ୟାଲାକ୍ସି ପ୍ଲାଜାରେ ଅଗ୍ନିକାଣ୍ଡ, ପ୍ରାଣ ବିକଳରେ 3 ମହଲାରୁ ଡେଇଁଲେ ଲୋକେ

By

Published : Jul 13, 2023, 3:35 PM IST

thumbnail

ନୂଆଦିଲ୍ଲୀ: ଗ୍ରେଟର ନୋଏଡ଼ାରେ ଥିବା ଏକ ସପିଂ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାଲାକ୍ସି ପ୍ଲାଜାରେ ଅଗ୍ନିକାଣ୍ଡ ଘଟିବା ପରେ ଧୂଆଁ ନିର୍ଗତ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଆକାଶ ଧୂଆଁମୟ ହୋଇଯାଇଥିଲା । ଏହାରି ଭିତରେ ଏକ ଭିଡିଓ ସାମନାକୁ ଆସିଛି । ଜୀବନ ରକ୍ଷା ପାଇଁ କିଛି ଲୋକେ ଉପର ମହଲାରୁ ତଳକୁ ଡେଇଁ ପଡିଛନ୍ତି । ଝରକା ପଟେ ସେମାନେ ବାହାରକୁ ବାହାରିବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଆହୁରି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି ।

ତେବେ ଖବର ପାଇ ଅଗ୍ନିଶମ ବିଭାଗର 3ଟି ଗାଡ଼ି ସେଠାରେ ପହଞ୍ଚି ଧୂଆଁକୁ ଆୟତ୍ତ କରିଛନ୍ତି । ତେବେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । କିଛି ଦିନ ପୂର୍ବରୁ ମଧ୍ୟ ଦିଲ୍ଲୀ ସ୍ଥିତ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଫଳରେ ପିଲାମାନେ ଜୀବନ ରକ୍ଷା ପାଇଁ ଉପର ମହଲାରୁ ଡେଇଁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବାବେଳେ ବର୍ତ୍ତମାନ ଅଗ୍ନି ନିରାପତ୍ତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ...କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ରଶି ସାହାଯ୍ୟରେ 3ମହଲାରୁ ତଳକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.