ଗାଁ ଶ୍ମଶାନରେ ହେବ ଦେବାଶିଷଙ୍କ ଶେଷକୃତ୍ୟ, ବୀରପୁଅର ଶେଷ ଦର୍ଶନ ଅପେକ୍ଷାରେ ଗ୍ରାମବାସୀ

By

Published : Apr 22, 2023, 10:58 AM IST

thumbnail

ପୁରୀ: ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଶହୀଦ ହୋଇଛନ୍ତି ଓଡ଼ିଆ ମାଟିର ପୁଅ ଦେବାଶିଷ ବିଶ୍ବାଳ ।  ଶୋକରେ ବୁଡିଛି ଶହୀଦ ଯବାନଙ୍କ ଜନ୍ମମାଟି । ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟ ଝୁରୁଛନ୍ତି ବୀର ଯବାନଙ୍କୁ । ଆଜି ସକାଳ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ଦେବାଶିଷଙ୍କ ମରଶରୀର । ସେଠାରେ ଗାର୍ଡଅଫ ଅନର ଦିଆଯିବା ପରେ ଜନ୍ମମାଟି ଅଭିମୁଖେ ବାହାରିଛି ପାର୍ଥିବ ଶରୀର । ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ । ଏଥିପାଇଁ ଶ୍ମଶାନରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି ଗ୍ରାମବାସୀ ।  ଗାଁ ଲୋକଙ୍କ ସହ ଜଣେ କୁନି ପୁଅ ଅଶ୍ୱିନୀ ବିଶ୍ୱାଳ ଜାତୀୟ ପତାକା ଧରି ଶ୍ମଶାନ ନିକଟରେ ଚାହିଁ ବସିଛି ଶହୀଦ ଭାଇର ଶେଷ ଦର୍ଶନ ପାଇଁ । ନିଜର ପ୍ରିୟ ଦେବାଶିଷ ଭାଇଙ୍କୁ ଦେଖିବାକୁ ଧାଇଁ ଆସିଛି ଏହି କୁନି ପିଲାଟି । ଆଗାମୀ ଦିନରେ ଭଲ ପାଠ ପଢିବା ଶହୀଦ ଦେବାଶିଷ ଭାଇଙ୍କ ଭଳି ସେନାରେ ଯୋଗ ଦେଇ ଦେଶମାତୃକାର ସେବା କରିବ ବୋଲି ପିଲାଟି କହିଛି ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.