ଅଘଟଣର ଦିନ: ଦୀପାବଳିରେ ବାଣ ଫୁଟାଇ ରାଜଧାନୀରେ 100ରୁ ଅଧିକ ଆହାତ - ବାଣ ଫୁଟାଇବା ହେଲା କାଳ
🎬 Watch Now: Feature Video


Published : Nov 13, 2023, 6:13 AM IST
ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ନେଇ ସବୁଠି ଆନନ୍ଦ ଉଲ୍ଲାସ ଖେଳିଯାଇଥିବା ବେଳେ ଅନେକ ସ୍ଥାନରୁ ଅଘଟଣର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଅନେକଙ୍କ ପାଇଁ ଦୀପାବଳି ଖୁସିର ଆସର ଜମାଇଥିବା ପାଇଁ ଅନେକଙ୍କ ପାଇଁ ଏହି ଦିନ ଅଶୁଭ ଦିନ ପାଲଟିଛି । ତେବେ ଦୀପାବଳି ଖୁସି ମଧ୍ୟରେ ଅନେକ ସ୍ଥାନରେ ବାଣ ଫୁଟାଇବା ବେଳେ ଅଘଟଣ ବି ଘଟିଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଦୀପାବଳିରେ ବାଣ ଫୁଟାଇ 100ରୁ ଅଧିକ ଆହତ ହୋଇ କ୍ୟାପିଟାଲରେ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ଏହାମଧ୍ୟ ପଢନ୍ତୁ..ଦୀପାବଳିରେ ଅଘଟଣ, ବାଇକ ଦୁର୍ଘଟଣା ଓ ବାଣରେ ପୋଡି ହୋଇ ୧୧ରୁ ଊର୍ଦ୍ଧ୍ୱ ଆହତ
ରାଜଧାନୀ ଭୁବନେଶ୍ବରରେ ବାଣ ଫୁଟାଇବା ସମୟରେ ଅନେକ ସ୍ଥାନରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି । ଏଭଳି ଘଟଣା ପରେ ଅଧିକାଂଶଙ୍କୁ 108 ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ସ ହସ୍ପିଟାଲ୍ ଅଣା ଯାଇଥିଲା । ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଆହତ ଚିକିତ୍ସା ପାଇଁ ଆସିଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି । ଛୋଟରୁ ବଡ଼, ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ଅନେକ ଆହତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଟିମ୍ ଏମାନଙ୍କ ଚିକିତ୍ସା କରିଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ..Diwali 2023: ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅଗ୍ନିଶମ ବାହିନୀ କରୁଛି ସଚେତନ
ତେବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତମାନେ ମୁଖ୍ୟତଃ ଭୁବନେଶ୍ଵର ଏବଂ ଆଖାପାଖ ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ ଅପରାହ୍ନ 2ଟା ରାତି 10ଟା ମଧ୍ୟରେ ପ୍ରାୟ 100ରୁ ଊର୍ଦ୍ଧ ଆହତ ଚିକିତ୍ସିତ ହୋଇଛନ୍ତି । ଆଗକୁ ମଧ୍ୟ ଆହତ ମାମଲା ଆସିପାରେ ବୋଲି ସୂଚନା ରହିଛି । ତେବେ ଟିକିଏ ଅସାବଧାନତାରୁ ଦୀପାବଳି ଭଳି ଖୁସିର ପର୍ବରେ ଏଭଳି ଅଘଟଣ ଘଟିଛି ।
ଇଟିଭି ଭାରତ, ଭୁବନେଶ୍ବର