ଦର୍ଶନ କରନ୍ତୁ ପଟି ଦିଅଁଙ୍କ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ଜ୍ବରରୁ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପଡିଥିବା ଦାରୁଦିଅଁ ରାଜବୈଦ୍ୟଙ୍କ ଚିକିତ୍ସା ପରେ ଉପଶମ ପାଇଛନ୍ତି । ଆଉ ଦୁଇଟା ଦିନ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥରେ ବସି ଭକ୍ତଙ୍କୁ ଦର୍ଶନ ଦେବାକୁ ବଡଦାଣ୍ଡକୁ ଆସିବେ ମଣିମା । ସେପଟେ ମହାପ୍ରଭୁ ଅଣସର ଘରେ ବିଜେ ପରଠାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବିକଳ୍ପ ଭାବେ ଦେବୀ ଭୁବନେଶ୍ବରୀ ପୂଜା ପାଉଛନ୍ତି । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ, ସେହି ନୀତି ପଟି ଦିଅଁଙ୍କ ଠାରେ ହେଉଛ । ଜଗତର ମଙ୍ଗଳ କାମନା କରି ପ୍ରଭାତରୁ ପ୍ରଭୁ ପତିତପାବନଙ୍କ ଭଳି ପଟି ଦିଅଁଙ୍କ ନିକଟରେ କରାଯାଇଛି ମଙ୍ଗଳ ଆଳତୀ । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କରେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତି ହୋଇଥାଏ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅଣସର ନୀତି ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ ।
ଇଟିଭି ଭାରତ, ପୁରୀ