Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । କୋଟି ଓଡିଆଙ୍କ ମଉଡ଼ମଣି କାଳିଆ ଠାକୁର । ତାର ସେ କଳା ଶ୍ରୀମୁଖକୁ ଦେଖି ଦେଲେ ଭାବବିହ୍ବଳ ହୋଇପଡେ ଭକ୍ତର ମନ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । କିଏ ତାକୁ କାଳିଆ ସାଆନ୍ତ ଡାକେ ତ ପୁଣି କିଏ ବଡ଼ ଠାକୁର। ଜଗତର କଲ୍ୟାଣ ପାଇଁ ବିଶ୍ବ ନିୟନ୍ତାଙ୍କ ପାଖରେ ପ୍ରତିଦିନ ହୋଇଥାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ପ୍ରଭାତରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ପରେ ମଙ୍ଗଳ ଆଳତୀ ହୋଇଛି । ଘଣ୍ଟଘଣ୍ଟା, ଦୀପ ଓ ମନ୍ତ୍ରୋଚାରଣ ସହିତ କରାଯାଇଥିଲା ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ମଙ୍ଗଳ ଆଳତୀ ଦେଖିବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଶହଶହ ଭକ୍ତଙ୍କ ସମାଗମ ହୋଇଛି।
ଇଟିଭି ଭାରତ, ପୁରୀ