ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ

🎬 Watch Now: Feature Video

thumbnail

By

Published : Mar 14, 2023, 7:05 AM IST

ପୁରୀ: ଉଠଉଠ ମଣିମା ହୁଅ ସଦୟ ଓଁ ନମୋ ଭଗବତେଃ ବାସୁଦେବାୟ । ଭାବ ବିନୋଦିଆ ସେ କାଳିଆ ଠାକୁର । ଅନାଥର ନାଥ ସେ ମହାପ୍ରଭୁ ଜଗନ୍ନାଥ । ପ୍ରତିଦିନ ପ୍ରଭାତରୁ ମହାପ୍ରଭୁଙ୍କ ନିକଟରେ ଆଳତୀ କରାଯାଇଥାଏ । ପ୍ରଭାତରୁ ମହାପ୍ରଭୁଙ୍କ ଆଳତୀ ଦର୍ଶନ କଲେ ଜୀବନର ପାପ କ୍ଷୟ ହୋଇଥାଏ । ଏହାସହ ଦିନ ମଙ୍ଗଳମୟ ହୋଇଥାଏ । ଦ୍ବାରଫିଟା ନୀତି ସମ୍ପନ୍ନ କରାଯିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯାଇଥାଏ । ଆଜି ମଧ୍ୟ ପ୍ରଭାତରୁ ସେବାୟତମାନେ ଶ୍ରୀମନ୍ଦିର ଦ୍ବାର ଫିଟାଇ ଥିଲେ । ଏହାସହ ଘଣ୍ଟଘଣ୍ଟା ଧୂପ ଓ ମନ୍ତ୍ରୋଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି କରାଯାଇଥିଲା । କୋଟି ଓଡିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିଦିନ ମହାପ୍ରଭୁଙ୍କ ଦ୍ବାର ଖୋଲାଯାଇ କର୍ପୁର ଆଳତୀ ହୋଇଥାଏ । ମହାପ୍ରଭୁଙ୍କ ସ୍ତୁତି ପାଠ କରାଯାଇଥାଏ । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କଲେ ସମସ୍ତ ପାପକ୍ଷୟ ହୁଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.