Mangala Alati: ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - ଜଗତର ନାଥ ଜଗନ୍ନାଥ
🎬 Watch Now: Feature Video
ପୁରୀ: ଜଗତର ନାଥ ଜଗନ୍ନାଥ । ତାଙ୍କ ମହିମା ଅପାର । କିଏ ତାଙ୍କୁ ଚକା ଆଖିଆ ତ ଆଉ କିଏ ନଟଖଟିଆ ପୁଣି କିଏ ଶ୍ରଦ୍ଧାରେ ବଡ ଠାକୁର ବୋଲି କୁହେ । ସମଗ୍ର ବିଶ୍ବର ମଙ୍ଗଳ କାମନା ପାଇଁ ପ୍ରତିଦିନ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସକାଳୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ସବୁଦିନ ପରି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ ।
ଓଡିଆଙ୍କ ଆରାଧ୍ୟ ଦେବାତା ଶ୍ରୀଜଗନ୍ନାଥ । ନିରାଶର ଆଶା ସେ ଅନାଥର ନାଥ । ତାଙ୍କର ଦର୍ଶନ ପାଇଁ ସଭିଏଁ ଚାତକ ପରି ଚାହିଁ ରହିଥାନ୍ତି ଯେପରି । ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ଆଳତୀ ଦର୍ଶନ କରି ମନୋସ୍କାମନା ପୂରଣ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ ଭକ୍ତ ଟିଏ । ପ୍ରତିଟି ଭକ୍ତ ଆଳତୀ ନେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଭିଡ ଜମାଇଥାନ୍ତି । ପ୍ରତିଦିନ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ହୋଇଥାଏ। ଏହି ସମୟରେ ପୂଜା ପଣ୍ଡା ଓ କିଛି ଭକ୍ତ ଉପସ୍ଥିତ ରହିଥାନ୍ତି ।
ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଚାରି ଧାମ ମଧ୍ୟରୁ ଜଗନ୍ନାଥ ଧାମ ସବୁଠାରୁ ଅନ୍ୟତମ ଓ ସ୍ବତନ୍ତ୍ର । ଭକ୍ତଙ୍କ ଭାବରେ ବନ୍ଧା କାଳିଆ ସାଆନ୍ତେ । ମହାବାହୁଙ୍କ ସବୁଠାରୁ ବଡ ପର୍ବ ହେଉଛି ଘୋଷ ଯାତ୍ରା ବା ରଥଯାତ୍ରା । ପ୍ରତିବର୍ଷ ଏହି ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ପୁରୀକୁ। ବର୍ଷକୁ ଥରେ ରତ୍ନ ସିଂହାସନ ଛାଡି ମନ୍ଦିର ବାହାରକୁ ଆସନ୍ତି ମହାପ୍ରଭୁ । ନଅ ଦିନ ଧରି ମାଉସୀଙ୍କ ଘରକୁ ଯାତ୍ରା କରିଥାନ୍ତି।
ଭାଗ୍ୟରେ ଥିଲେ ପତିତପାବନଙ୍କ ଆଳତୀ ପ୍ରାପ୍ତି ହୋଇଥାଏ । ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଠାରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନାମ । ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡ ଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । କାଳିଆର ସେ ଶ୍ରୀମୁଖ ଦେଖିବାକୁ ଭକ୍ତ ଯେମିତି ଆତୁର ହୋଇଯାଏ ।
ଇଟିଭି ଭାରତ, ପୁରୀ