ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ - ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17164033-thumbnail-3x2-alati.jpg)
ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ । ସକାଳୁ ସକାଳୁ ନୀଳାଚଳିଆ କାଳିଆ ସାଆନ୍ତେଙ୍କ ଆଳତୀ ଦର୍ଶନ କଲେ ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।
Last Updated : Feb 3, 2023, 8:35 PM IST