ସନାତନ ଧର୍ମର ପ୍ରଚାର ପାଇଁ ନିଆରା ପ୍ରୟାସ, ରାମଙ୍କ ଚରଣ ପାଦୁକା ଧରି ଦେଶ ଭ୍ରମଣ

🎬 Watch Now: Feature Video

thumbnail

By

Published : Jun 16, 2023, 8:26 PM IST

ପୁରୀ: ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ନିଆରା ପ୍ରୟାସ । ପ୍ରଭୁ ଶ୍ରୀରାମଙ୍କ ଚରଣ ପାଦୁକା ଧରି ଭାରତ ଭ୍ରମଣ ଯାତ୍ରାରେ ବାହାରିଛନ୍ତି ଶ୍ରୀନିବାସ । ପ୍ରଭୁ ରାମଙ୍କର ସେ ହେଉଛନ୍ତି ଜଣେ ପରମ ଭକ୍ତ । ଦେଶର ଯୁବପିଢ଼ିଙ୍କୁ ସନାତନ ଧର୍ମ ବିଷୟରେ ସଚେତନ କରାଇବା ପାଇଁ ଗତ ଦେଢ଼ ବର୍ଷ ହେବ ସାରା ଭାରତ ଭ୍ରମଣ କରୁଛନ୍ତି । ଇତି ମଧ୍ୟରେ ସେ ଶ୍ରୀକ୍ଷେତ୍ରରେ  ପହଞ୍ଚି ସାରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ ଯାତ୍ରା ପାଇଁ ବାହାରିଛନ୍ତି । ଶ୍ରୀନିବାସ ହେଉଛନ୍ତି ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦର ବାସିନ୍ଦା । ସେ ଅବସରପ୍ରାପ୍ତ ସାଉଣ୍ଡ ଇଞ୍ଜିନିୟର । ଚାକିରିରୁ ଅବସର ନେବା ପରେ ସନାତନ ଧର୍ମକୁ ପ୍ରଚାର ପ୍ରସାର ପାଇଁ ସେ ଭାରତର ବିଭିନ୍ନ ତୀର୍ଥସ୍ଥଳୀକୁ ଯାଇ ଠାକୁରଙ୍କ ଆଶୀର୍ବାଦ ନେଉଛନ୍ତି । 

ତେବେ ଏହି ଯାତ୍ରାରେ ସେ ପ୍ରଭୁ ଶ୍ରୀରାମଙ୍କ ଏକ ଚରଣ ପାଦୁକା ଧରି ଭ୍ରମଣ କରୁଛନ୍ତି । ଏହି ଚରଣ ପାଦୁକାଟି 8 kg ରୂପା ଓ 1 କେଜି ସୁନାରେ ସେ ତିଆରି ହୋଇଛି । ଆସନ୍ତା ଜାନୁଆରୀରେ ତାଙ୍କର ଭାରତ ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଶେଷରେ ସେ ଅଯୋଧ୍ୟା ଯାଇ ନିଜେ ତିଆରି କରିଥିବା ପ୍ରଭୁ ଶ୍ରୀରାମଙ୍କ ଚରଣ ପାଦୁକା ସେଠାର ଅର୍ପଣ କରିବେ ବୋଲି କହିଛନ୍ତି । ଏଥିସହ ବାକି ଜୀବନ ସନାତନ ଧର୍ମର ପ୍ରଚାର ପ୍ରସାରରେ ସମୟ କାଟିବେ ବୋଲି କହିଛନ୍ତି ଶ୍ରୀନିବାସ । ଗତ ଦେଢ଼ ବର୍ଷ ଯାତ୍ରାରେ ଅନେକ କଷ୍ଟ ବାଧା ବିଘ୍ନ ଆସିଛି । ହେଲେ ଶ୍ରୀରାମଙ୍କ କୃପାରୁ ସେ କିଛି ବି ଅସୁବିଧା ଭୋଗି ନାହାନ୍ତି । ଏହି ଯାତ୍ରାରେ ପତ୍ନୀ ମଧ୍ୟ ତାଙ୍କ ସାଙ୍ଗରେ ଅଛନ୍ତି । ପୁରୀରୁ କୋଲକାତା ଦେଇ ଦ୍ବାରିକା, ବଦ୍ରିନାଥ ଯିବେ । ପରେ ସେ ଅଯୋଧ୍ୟା ଯାଇ ଯାତ୍ରା ଶେଷ କରିବେ ବୋଲି କହିଛନ୍ତି । 

ଇଟିଭି ଭାରତ, ପୁରୀ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.