ଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ, ଦୋଷୀକୁ ୨୦ବର୍ଷ ଜେଲ - ନାବାଳିକା ଦୁଷ୍କର୍ମ ମାମଲା
🎬 Watch Now: Feature Video
କେନ୍ଦୁଝର: ନାବାଳିକା ଦୁଷ୍କର୍ମ ମାମଲାର ୫ ବର୍ଷ ପରେ ପୀଡ଼ିତାକୁ ମିଳିଲା ନ୍ୟାୟ । ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୫୩ ହଜାର ଟଙ୍କା ଜରିମାନା ଅନାଦେୟ ପୀଡ଼ିତାଙ୍କୁ ୭ ଲକ୍ଷ ୫୦ହଜାର ସରକାରୀ ଅନୁକମ୍ପା ରାଶି ପ୍ରଦାନ କରିବା ନେଇ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀ ଜଣକ ହେଲା ବିଜୟ କୁମାର ମହାରଣା । ୨୦୧୭ ମସିହା ବଡ଼ବିଲ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ଜନୈକ ନାବାଳିକା ବଜାର ଯାଉଥିବା ସମୟରେ ତାଙ୍କୁ ରାସ୍ତାରୁ ଅପହରଣ କରାଯାଇ ସ୍ଥାନୀୟ ଏକ ଜଙ୍ଗଲରେ ଗଣ ଦୁଷ୍କର୍ମ କରାଯାଇଥିଲା । ସକାଳୁ ଅଭିଯୁକ୍ତ ମାନେ ନାବଳିକାକୁ ଟ୍ରେନ ଯୋଗେ ଅନ୍ୟତ୍ର ନେବାକୁ ଚେଷ୍ଟା କରୁଥିବା ବେଳେ କୌଶଳ କ୍ରମେ ନାବାଳିକା ଖସି ଆସି ପରିବାର ଲୋକଙ୍କୁ ଘଟଣା ବିଷୟରେ କହିଥିଲା । ପରେ ପରିବାର ଲୋକେ ବଡ଼ବିଲ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ । କେସ ନଂ ୩୪୬/ ୮୬/୨୨/ ୨୦୧୭ରେ ପୋଲିସ ଜଣେ ଅଭିଯୁକ୍ତ ବିଜୟ କୁମାର ମହାରଣା ଧରିବାରେ ସଫଳ ହୋଇଥିଲା । ନାବାଳିକାକୁ ଅପହରଣ ଓ ଗଣ ଦୁଷ୍କର୍ମ ଅଭିଯୋଗରେ ବିଜୟ କୁମାର ମହାରଣାକୁ କୋର୍ଟ ଚାଲାଣ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ତଥ୍ୟକୁ ଭିତ୍ତି କରି କୋର୍ଟ ବିଜୟ କୁମାର ମହାରଣାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଘଟଣାରେ ସମୃକ୍ତ ଆଉ ଦୁଇ ଜଣ ଫେରାର ଥିବା ପିପି ଗଣେଶ ମହାପାତ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କେନ୍ଦୁଝର