ଜୋତା ଯୋଗୁଁ ଯାଇଥାନ୍ତା ଜୀବନ, ଟ୍ରେନ ଟ୍ରାକରୁ ଟାଣି ଆଣିଲେ ଯବାନ - ମୁମ୍ବାଇ ରେଲଓ୍ବେ ଷ୍ଟେସନ
🎬 Watch Now: Feature Video
ମୁମ୍ବାଇ : ଜୋତା ଯୋଗୁଁ ଜୀବନକୁ ଲଗାଇଲେ ବାଜି । ଜଣେ ବ୍ୟକ୍ତି ମୁମ୍ବାଇ ରେଲେଓ୍ଵ ଟ୍ରାକ କ୍ରସ କରୁଥିବା ବେଳେ ହଠାତ୍ ତାଙ୍କର ପଟେ ଜୋତା ଟ୍ରାକ୍ ମଝିରେ ରହିଯାଇଥିଲା । ବ୍ୟକ୍ତି ଜଣକ ଜୋତାକୁ ଆଣିବା ନିମନ୍ତେ ପୁଣି ଟ୍ରାକ ସେପଟକୁ ଯାଇଥିଲେ । ଏହି ସମୟରେ ଟ୍ରେନ ଆସୁଥିବା ବେଳେ ବ୍ୟକ୍ତି ଜଣକ ନ ରହି ପୁଣି ଥରେ ଟ୍ରାକ୍ କ୍ରସ୍ କରୁଥିଲେ । ଏହି ସମୟରେ ଟ୍ରାକ୍ ମଝିରେ ତାଙ୍କ ଜୋତା ପୁଣି ଥରେ ରହିଯାଉଛି । ଏହାକୁ ନେବା ଚକ୍କରରେ ନିଜ ଜୀବନକୁ ବାଜି ଲାଗିଦେଇଥିଲେ ସଂପୃକ୍ତ ବ୍ୟକ୍ତି । ହେଲେ ଏହି ସମୟରେ ଦେବଦୂତ ହୋଇ ଆସିଲେ ଜଣେ ଯବାନ । ଆଉ ମରଣ ମୁହଁରୁ ସଂପୃକ୍ତ ବ୍ୟକ୍ତିଙ୍କୁ ରକ୍ଷା କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଏହି ଭିଡିଓକୁ ସୋସିଆଲ ମିଡିଆରେ 'ଜିନ୍ଦେଗୀ ଗୁଲଜାର' ନାମକ ଏକ ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଛି । ଦେଖନ୍ତୁ ଭାଇରାଲ ଭିଡିଓ
Last Updated : Feb 3, 2023, 8:32 PM IST