thumbnail

By ETV Bharat Odisha Team

Published : Dec 26, 2023, 12:44 PM IST

ETV Bharat / Videos

ନ୍ୟାୟ ପାଇଁ ବୋଲଗଡ ତହସିଲ ଆଗରେ ଧାରଣା

Protest in Front of Tehasil Office: 

ଖୋର୍ଦ୍ଧା: ନ୍ୟାୟ ପାଇଁ ବୋଲଗଡ ତହସିଲ ଆଗରେ ଧାରଣା । ଘରକୁ ଲାଗି ରହିଥିବା ସରକାରୀ ଯାଗାରେ ପ୍ରଶାସନ ତରଫରୁ ଲାଗିଥିବା ତାରବାଡ ଉଚ୍ଛେଦ ଦାବି କରି ବୋଲଗଡ ପଞ୍ଚୟତର ନରେନ୍ଦ୍ର କୁମାର ସାହୁ ତହସିଲ ସମ୍ମୁଖରେ ଧାରଣା ଦେଇଛନ୍ତି ।  ଶୀତ କାକରରେ ସକାଳୁ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି  ନରେନ୍ଦ୍ର । ତେବେ ବୋଲଗଡ ତହସିଲ ଅନ୍ତଗର୍ତ ନରେନ୍ଦ୍ର କୁମାର ତାଙ୍କ ପରିବାର ସହ ନ୍ୟାୟ ଦାବିରେ ତହସିଲ ଆଗରେ ଧାରଣା ଦେଇଛନ୍ତି । ଅଭିଯୋଗ ଅନୁସାରେ, ନରେନ୍ଦ୍ରଙ୍କ ଘର ପାଖରେ ଥିବା ସରକାରୀ ଯାଗାକୁ ତହସିଲ ପ୍ରଶାସନ ପକ୍ଷରୁ ତାରବାଡ ଦେଇ ଆବଦ୍ଧ କରିଯାଇଛି । ଫଳରେ ନରେନ୍ଦ୍ର ପରିବାର ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାରବାଡ ଯୋଗୁଁ ନରେନ୍ଦ୍ରଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଓ ଲୋକାୟୁକ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ନରେନ୍ଦ୍ର । ହେଲେ ଅଭିଯୋଗ ପରେ ମଧ୍ୟ ତହସିଲଦାରଙ୍କ ପକ୍ଷରୁ କୌଣସି ସମାଧାନ ହୋଇପାରିନାହିଁ । ଯାହା ଫଳରେ ଆଜି ବାଧ୍ୟ ହୋଇ ସକାଳୁ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ନରେନ୍ଦ୍ର ।  

ଏହା ମଧ୍ୟ ପଢନ୍ତୁ- ପୌର କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.