ଷ୍ଟିଲସିଟିରେ ମକର ମହୋତ୍ସବ, ନୃତ୍ୟ ଗୀତରେ ଝୁମିଲେ ଲୋକେ - ମକର ମହୋତ୍ସବ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 14, 2024, 4:17 PM IST
Makara mahotsav celebration: ରାଉରକେଲା: ଆଜି ହେଉଛି ପୋଙ୍ଗଲ । ରାତି ପାହିଲେ ମକର ଉତ୍ସବ ଏଥିପାଇଁ ଚଳ ଚଞ୍ଚଳ ହୋଇଉଛି ଗାଁଠୁ ସହର ।ଏହି ଅବସରରେ ରାଉରକେଲାରେ ଆୟୋଜିତ ହେଉଛି ମକର ମହୋତ୍ସବ । ଇସ୍ପାତ କାରଖାନା ପକ୍ଷରୁ ଆୟୋଜିତ ଏହି ମକର ମହୋତ୍ସବକୁ ଧୁମଧାମରେ ପାଳନ କରିଛନ୍ତି ସହରବାସୀ । ସହରର ସେକ୍ଟର 13 ପଡିଆରେ ଆୟୋଜିତ ଏହି ମହୋତ୍ସବର ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଏହି ଉତ୍ସବରେ ସାମିଲ ହେବା ପାଇଁ ସହରର କୋଣ ଅନୁକୋଣରୁ ଲୋକଙ୍କ ସୁଅ ଝୁଟୁଛି । ପାରମ୍ପରିକ ଲୋକ ନୃତ୍ୟ, ସଙ୍ଗୀତର ତାଳେ ତାଳେ ଝୁମୁଛନ୍ତି ସହରବାସୀ ।ଏହାସହ ଷ୍ଟିଲ୍ ପ୍ଲାଣ୍ଟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯାହା ସହରର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା ।
ମହୋତ୍ସବର ଏକ ବିଶେଷତ୍ୱ ହେଲା ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ଷ୍ଟଲ ଗୁଡିରେ ମକର ଚାଉଳ କ୍ଷୀରି ଠାରୁ ଆରମ୍ଭ କରି ସୁସ୍ୱାଦୁ ପିଠା ପଣା ଇତ୍ୟାଦି ବିକ୍ରି କରାଯାଉଛି । ଲୋକମାନେ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ଆସି ଗୁଡି ଉଡାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ସେକ୍ଟର 13 ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଲୋକମାନେ ପରସ୍ପରକୁ ମିଠା ଖୁଆଇ ଖୁସି ବ୍ୟକ୍ତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ......ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି, ସୁରକ୍ଷା ବ୍ୟବସ୍ଥା କଡାକଡି
ଇଟିଭି ଭାରତ, ରାଉରକେଲା