Pana Sankranti 2023: ମନ୍ଦିରରେ ଜମିଲା ଭିଡ, ଧୁମଧାମରେ ପାଳନ ହେଲା ମାହା ବିଷୁବ ସଂକ୍ରାନ୍ତି - ଓଡ଼ିଆ ନବ ବର୍ଷ
🎬 Watch Now: Feature Video
ଭବାନୀପାଟଣା: ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହାକୁ ଓଡ଼ିଆ ନବ ବର୍ଷ ଭାବେ ମଧ୍ୟ ପାଳନ କରାଯାଏ । ପ୍ରତ୍ୟେକ ଓଡ଼ିଆ ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶୀର୍ବାଦ ନେଇଥାନ୍ତି । ସେହିପରି ଆଜି ମଧ୍ୟ ମହାବୀର ଜୟନ୍ତୀ ଭାବେ ପାଳନ କରାଯାଏ । ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଏ । କୋଣ ଅନୁକୋଣରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରେ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବେଶ ଧୁମଧାମରେ ପାଳିତ ହେଉଛି ମହା ବିଷୁବ ସଂକ୍ରାନ୍ତି। ଜିଲ୍ଲାର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁ଼ଙ୍କ ଭିଡ଼ ଦେଖିବାକୁ ମିଳିଛି। ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିର, ବାଲାଜୀ ମନ୍ଦିର, ଭଣ୍ଡେଶ୍ଵରମନ୍ଦିର, ରାମ ସ୍ୱାମୀ ମନ୍ଦିର ସମେତ ସହରର ସମସ୍ତ ହନୁମାନ ମନ୍ଦିର ମାନଙ୍କରେ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।
ଇଟିଭି ଭାରତ, କଳାହାଣ୍ଡି