ମା’ ଦଶଭୂଜାଙ୍କ ମହାଷ୍ଟମୀ, ଚଳଚଞ୍ଚଳ ଢେଙ୍କାନାଳର ପୂଜାମଣ୍ଡପ - ଚଳଚଞ୍ଚଳ ପୂଜାମଣ୍ଡପ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 22, 2023, 6:35 PM IST

ଢେଙ୍କାନାଳ: ସହରର ବିଭିନ୍ନ ମଣ୍ଡପରେ ମା’ ଦଶଭୂଜାଙ୍କ ମହାଷ୍ଟମୀ ପୂଜା ପାଳିତ ହୋଇଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ପୂଜାମଣ୍ଡପ । ସହରରେ ଭକ୍ତିମୟ ପରିବେଶ ସହ ମଣ୍ଡପରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ଢେଙ୍କାନାଳର ବିଭିନ୍ନ ଦେବୀ ପୀଠ ମହାନବମୀ ଓ ମଣ୍ଡପରେ ମହାଷ୍ଟମୀ ପୂଜା ରୀତିନାତି ଅନୁଯାୟୀ ଚାଲିଛି । ପୂଜାମଣ୍ଡପରେ ମହାମାୟୀଙ୍କ ମୃଣ୍ମୟୀ ମୃର୍ତ୍ତି ପୂଜା ପାଉଛି । ପୂଜା ମଣ୍ଡପରେ ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି । ସକାଳୁ ପଞ୍ଚ କର୍ମ ନୀତି ସହ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା । ପରେ ମା’ଙ୍କ ସ୍ଵତନ୍ତ୍ର ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଆଳତୀ, ଚଣ୍ତୀପାଠ, ପୁଷ୍ପାଞ୍ଜଳି ସହ ଅନେକ ଗୁପ୍ତନୀତି ଜାରି ରହିଛି । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ପେଣ୍ତାଲରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଭିନ୍ନ ଡିଜାଇନର ତୋରଣ ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ବେଶ ଆକର୍ଷଣ କରୁଛି ।
 

ଏହା ମଧ୍ୟ ପଢନ୍ତୁ.. କେରାଣ୍ଡିମାଳ ପର୍ବତରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ଚାଲିଛି ଷୋଡଶ ଉପଚାର ପୂଜା

ଇଟିଭି ଭାରତ, ଢେଙ୍କାନାଳ  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.