ଧୂମାବତୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ - ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 23, 2023, 2:28 PM IST

ସୁବର୍ଣ୍ଣପୁର: ଆଜି ସୋନପୁର ଗଡଜାତର ଇଷ୍ଟ ଦେବୀ ମାଆ ସୁରେଶ୍ବରୀଙ୍କ ପୀଠରେ ମହାନବମୀ ପର୍ବ । ଆଜି ଦେବୀ ମାଆ ଧୂମାବତୀ ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗଡଜାତର ସହରର ମହାବଳୀ ଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ଇଷ୍ଟଦେବୀ ମାଆ ସୁରେଶ୍ବରୀ ଆଶ୍ବୀନ ମହାଳୟା ତିଥିରୁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଶୁକ୍ଲ ନବମୀ ତିଥିରେ ଦେବୀ ମାଆ ଧୂମାବତୀ ବେଶ ଧାରଣ କରିଥିବା ବେଳେ ଆସନ୍ତାକାଲି ଦେବୀ ମା ରାଜରାଜେଶ୍ବରୀ ବେଶ ଧାରଣ କରିବେ । 

ଏହାମଧ୍ୟ ପଢନ୍ତୁ..ମା' ଡୁକରୀବୁଢୀଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଲୁହା କଣ୍ଟା ନିର୍ମିତ ଦୋଳିରେ ଶକ୍ତି ପ୍ରଦର୍ଶନ

ତେବେ ଦେବୀ ମାଆ ଅମାବାସ୍ୟା ତିଥିରେ ଧବଳମୁଖୀ, ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ, ଦ୍ବିତୀୟାରେ ତାରା, ତୃତୀୟାରେ ଷୋଡଶୀ ବା ତ୍ରୀପୁରା ସୁନ୍ଦରୀ, ଚତୁର୍ଥୀରେ ଭୈରବୀ , ପଞ୍ଚମୀରେ ଭୂବନେଶ୍ବରୀ, ଷଷ୍ଠୀରେ ବଗଳା, ସପ୍ତମୀରେ ଜୟଦୁର୍ଗା, ଅଷ୍ଟମୀରେ ମହିଷାମର୍ଦ୍ଦିନୀ ବେଶ ଧାରଣ କରି ଦର୍ଶନ ଦେଇଥିଲେ । ଦଶମୀ ତିଥିରେ ରାଜରାଜେଶ୍ବରୀ ବେଶ ଧାରଣ କରିବେ । ରକ୍ତମୁଖା ଦେବୀ ମାଆ ସୁରେଶ୍ବରୀଙ୍କ ସଶରୀର ବର୍ଷ ତମାମ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଏବେ ମାଙ୍କୁ ଅଗୁର, ଚନ୍ଦନ, କର୍ପୁର, ଗଙ୍ଗାଜଳ ଆଦି ପ୍ରଲେପ ପ୍ରଦାନ କରାଯାଇ ଭିନ୍ନ ଭିନ୍ନ ବେଶ କରାଯାଉଛି ।

ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହୁଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । 

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.