ଶେଷ ହେଲା ମାଁ ଶାରଳାଙ୍କ ଚନ୍ଦନ ଯାତ୍ରା, ୨୧ ଦିନ ଧରି ଚାଲିବ ଚନ୍ଦନ ନୀତି - ଜଗତ ଜନନୀ ମାଁ ଶାରଳା
🎬 Watch Now: Feature Video
ଜଗତସିଂହପୁର: ଶେଷ ହେଲା ଜଗତ ଜନନୀ ମାଁ ଶାରଳାଙ୍କ ଚନ୍ଦନଯାତ୍ରା । ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରା ଶନିବାର ବିଳମ୍ବିତ ରାତିରେ ଶେଷ ହୋଇଥିଲା । ତେବେ ଗତକାଲି(ଶନିବାର) ମାଆଙ୍କର ନୀତିକାନ୍ତି ସମାପ୍ତ ପରେ ମୁଖ୍ୟ ମନ୍ଦିରରୁ ସୁସଜ୍ଜିତ ବିମାନରେ ଚଳନ୍ତି ପ୍ରତିମାଙ୍କୁ ବିଜେ କରାଯାଇଥିଲା । ପରେ ଚନ୍ଦନ ପୁଷ୍କରିଣୀ ଅଭିମୁଖେ ନିଆ ଯିବା ପରେ ଚାପ ଖେଳିଥିଲ ମା’ । ସେଠାରେ ଏକୋଇଶ ଘେରା ନୌକା ବିହାର କରିବା ପରେ ପୁଷ୍କରିଣୀ ମଝିରେ ଥିବା ଦୀପ ଦଣ୍ଡି ମଧ୍ୟରେ ମାଙ୍କୁ ବିଜେ କରାଯାଇଥିଲା । ଗତକାଲି(ଶନିବାର) ବିଳମ୍ବିତ ରାତ୍ରିରେ ଚାପ ଶେଷ ହୋଇଥିବା ବେଳେ ଆଜି ହଳଦୀ ପାଣି ନୀତି ସମ୍ପାଦିତ ହେବ । ଆଜି ଦୀପଦଣ୍ଡିରେ ଏକ ଚନ୍ଦନ କୁଣ୍ଡ ପ୍ରସ୍ତୁତ କରାଯାଇ ସେଥିରେ ସ୍ନାନ ସମାପନ ହେବ । ଏହାକୁ ହଳଦୀ ପାଣି ନୀତି କୁହାଯାଇଥାଏ । ଏହି ନୀତି ଦେଖିବା ପାଇଁ ମାଁଙ୍କ ପୀଠରେ ପ୍ରବଳ ଜନ ସମାଗମ ହୋଇଥାଏ । ସେହିପରି ଆଜିଠାରୁ ମନ୍ଦିର ଭିତର ଚନ୍ଦନ ନୀତି ଆରମ୍ଭ ହୋଇଛି । ଏହା ମଧ୍ୟ ୨୧ ଦିନ ଧରି ଚାଲିବ ।
ଇଟିଭି ଭାରତ, ଜଗତସିଂହପୁର