ରାତି ପାହିଲେ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ପ୍ରସ୍ତୁତି ଜୋରଦାର - କଳାହାଣ୍ଡିରେ ମାଣିକେଶ୍ବରୀଙ୍କ ଛତର ଯାତ୍ରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 21, 2023, 2:13 PM IST

ଭବାନୀପାଟଣା: ରାତି ପାହିଲେ ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। କାହିଁ କେଉଁ ଆବହମାନ କାଳରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ । ହଜାର ହଜାର ସଂଖ୍ୟାରେ ମାନସିକଧାରି ବୋଦା କୁକୁଡ଼ା ଆଦି ବଳି ଦେଇ ଆସୁଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଇଛି ।
 

ଏହାମଧ୍ୟ ପଢନ୍ତୁ..ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି
 

କଳାହାଣ୍ଡିର ଭବାନୀପାଟଣା ସହରରେ ରାତି ପାହିଲେ ଆରମ୍ଭ ହେବ ମା' ମାଣିକେଶ୍ବରୀଙ୍କ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲା । ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିକେଶ୍ବୀରୀ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମା'ଙ୍କ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଅବସରରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ଦେବୀଙ୍କ ପାଖରେ ଅର୍ପଣ କରିଥାଆନ୍ତି କୁକୁଡ଼ା, ବୋଦା, ଛେଳି । ଏହାପରେ ରକ୍ତମୟ ହୋଇଯାଏ ଯାତ୍ରାସ୍ଥଳୀ । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଥାଆନ୍ତି । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳେ ।

ଏହାମଧ୍ୟ ପଢନ୍ତୁ..ବୌଦ୍ଧରେ କ୍ଷେତ୍ରପାଳିନୀଙ୍କ ଛତର ଯାତ୍ରା ଅନୁଷ୍ଠିତ

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି କଡ଼ା ରହିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସହର ମଧ୍ୟରେ ଯାନବାହାନ ପ୍ରବେଶ ଉପରେ ମଧ୍ୟ କଟକଣା କରାଯାଇଥିବା ବେଳେ ୬ଟି ପାର୍କିଂ ବ୍ୟବସ୍ତା ମଧ୍ୟ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି । କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ୨୫ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.